ପାରାଦୀପ ୧୯/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ବନ୍ଦରର ଅନେକ ମୂଲ୍ୟବାନ ଜମି ମାଫିଆଙ୍କ ଜବରଦଖଲ୍ ଶିର୍ଷକ ଏକ ଚାଂଚଲ୍ୟକର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ତଥ୍ୟକୁ ଆଧାର କରି ବନ୍ଦର ଇଷ୍ଟେଟ୍ ବିଭାଗ ତନାଘନା ଆରମ୍ଭ କରି ବନ୍ଦର ନିଷିଦ୍ଧାଂଚଳର ବାଲିଝରା ଜଳ ଭଣ୍ଡାର କଡରେ କ୍ଲବ ନାମରେ ଦୋକାନ ଘର ଓ ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ଇଷ୍ଟେଟ୍ ବିଭାଗ ନୋଟିସ୍ କରିଥିଲା । ତେବେ ଏହା କାର୍ଯ୍ୟକାରୀ ନହେବାରୁ ଶୁକ୍ରବାର ଦିନ ଇଷ୍ଟେଟ୍ ସ୍କାର୍ଡ ସମ୍ପୃକ୍ତ ଅବୈଧ ନିର୍ମାଣକୁ ହଟାଇବାକୁ ଯାଇଥିଲା । ତେବେ ସେଠାରେ ଅମର କୁମାର ଦାସ ଓ ଚିନ୍ମୟ ଦାସଙ୍କ ନେତୃତ୍ୱରେ ସଂଗଠିତ କିଛି ଅପରାଧିକ ତତୱ ବନ୍ଦର ଇଷ୍ଟେଟ୍ ସ୍କାର୍ଡ ଟିମ୍ ଉପରେ ଆକ୍ରମଣ କରି ସେମାନଙ୍କୁ ଆହତ କରିଥିଲେ । ଉକ୍ତ ଘଟଣାକୁ କେନ୍ଦ୍ର କରି ପାରାଦୀପ ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇ ଅପରାଧିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆବେଦନ କରାଯାଇଥିବା ଜଣାପଡିଛି । ଏଠାରେ ସୂଚନାଥାଉକି, ବାଲିଝରାର ସମ୍ପୃକ୍ତ ଅଂଚଳରେ କିଛି ଅସାମାଜିକ ବ୍ୟକ୍ତି ବନ୍ଦର ଜମିକୁ ଜବର ଦଖଲ କରି ସେଠାରେ ଅସ୍ଥାୟୀ ଘର ନିର୍ମାଣ କରି ରାଜ୍ୟ ବାହାରର ଲୋକଙ୍କୁ ଭଡାରେ ରଖିବା ସହ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତି ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି । ଏତତ୍ ବ୍ୟତୀତ ଦୋକାନ ମାନଙ୍କରେ ନକଲି ପାନୀୟ ଜଳ ଓ ମଦ କାରବାର ହେଉଥିବା ଅଭିଯୋଗ ହେଉଛି । ତେବେ ତୁରନ୍ତ ଏମାନଙ୍କୁ ହଟାଯିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି । ନଚେତ୍ ଆଗାମି ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥାନୀୟ ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର
Check Also
ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ
ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …