ସାଲେପୁର ୧୯/୦୨/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା)- ପୋଖରୀ ପାଣିରେ ପଡିଯିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ରାଇସୁଙ୍ଗୁଡ଼ା ଗାଁ’ରେ। ମୃତକ ଜଣକ ହେଲେ ରଶ୍ମି ରଞ୍ଜନ ଶଢଙ୍ଗୀ। ପୋଖରୀ ପାଣିରେ ତାଙ୍କ ଶବ ଭାସୁଥିବାର ଲୋକେ ଦେଖି ଅଗ୍ନିଶମ ବିଭାଗ ଓ ଥାନାକୁ ଖବର ଦେଇଥିଲେ।
ଘଟଣା ସ୍ଥଳରେ ଅଗ୍ନିଶମବିଭାଗ ଗାଡି ପହଂଚି ମୃତ ଦେହକୁ ପାଣି ଭିତରୁ ଉଦ୍ଧାର କରିଥିଲା। ସ୍ଥାନୀୟ ପୋଲିସ ମୃତଦେହକୁ ଜବତକରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦପାଇଁ କଟକ ପଠାଇଛି। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ବିଜୟ କୁମାର ବିଶି ସୂଚନା ଦେଇଛନ୍ତି। ଓଡ଼ିଶା ସମାଚାର