କେନ୍ଦ୍ରାପଡା,୧୯/୦୨/୨୦୨୧(ଓଡ଼ିଶା ସମାଚାର)- ଜନୈକ ଦଳିତ ଯୁବକଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମପଂଚାୟତର କୋରୁଆ(ମାଲୁଆ)ଗ୍ରାମର ଅନନ୍ତ ଚରଣ ସେଠୀଙ୍କ ପୁଅ ବିଶ୍ୱ ସୁନ୍ଦର ସେଠୀ ଚଳିତମାସ ୭ତାରିଖରେ ଘରୁ ବାଇକ ଯୋଗେ କେନ୍ଦ୍ରାପଡା ସହରକୁ ଏକ ଟ୍ରାକ୍ଟର ଡାଲା ଆଣିବାକୁ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୨ଟା ସମୟରେ ସାନ୍ତସାହି- ଗଣ୍ଡାଖିଆ କେନାଲ ରୋଡ ଉପରେ ସାରଙ୍ଗ ନିକଟରେ ଏଣ୍ଡର ଗ୍ରାମର ରବୀନ୍ଦ୍ର ବିଶ୍ୱାଳଙ୍କ ପୁଅ ବବୁଲ ଓ ଚୁବୁଲଙ୍କ ସମେତ ଅନ୍ୟ ଦୁଇଜଣ ତାଙ୍କୁ ଅଟକାଇ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ଓ ଜାତିଆଣ ଆକ୍ଷେପ କରିବା ସହ ଭୁଜାଲୀରେ ମରଣାନ୍ତଙ୍କ ଆକ୍ରମଣ କରିଥିବା ଚଳିତମାସ ୮ତାରିଖରେ ସଦର ଥାନାରେ ସେ ଅଭିଯୋଗ କରିଥିଲେ । ବିଶ୍ୱସୁନ୍ଦରଙ୍କ ଏକ ମୋବାଇଲ ମଧ୍ୟ ସେମାନେ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ସେହି ଅଭିଯୋଗ ଉପରେ କେନ୍ଦ୍ରାପଡା ସଦର ଥାନାରେ କେଶ ନମ୍ବର ୬୧/୨୦୨୧ରେ ଆଇପିସିର ଧାରା ୩୪୧, ୨୯୪, ୩୨୩, ୩୨୪, ୩୭୯, ୫୦୬ ଓ ୩୪ ଦଫା ସମେତ ଅନୁସୂଚିତ ଜାତି ଜନଜାତି ନିର୍ଯ୍ୟାତନା ସୁରକ୍ଷା ଆଇନର ୩(୧)(ଆର), ୩(୧)(ଏସ) ଓ ୩(୨)(ଭିଏ)ରେ ଏକ ମାମଲା ରୁଜୁ କରାଯାଇଥିଲେବି ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବା ଅଭିଯୋଗ ହୋଇଛି । ଫଳରେ ଅଭିଯୁକ୍ତମାନେ ବିଶ୍ୱସୁନ୍ଦରଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନିମନ୍ତେ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର
Home / ବିଶେଷ / ଦଳିତ ଯୁବକଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
Check Also
ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ
ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …