ନିରାକାରପୁର, ୧୯/୦୨/୨୦୨୧ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା କମାଗୁରୁସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ କ୍ଲଷ୍ଟରସ୍ତରୀୟ ରେଡ଼କ୍ରସ ଶିବିର ଦ୍ୱିତୀୟ ଦିବସରେ ସଡ଼କ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ଆଜିର ଅତିଥିଭାବେ ଏଆଇପିଏଲ କମ୍ପାନୀର ସିନିୟର ସେଫ୍ଟି ମ୍ୟାନେଜର ଏଲ. ସନ୍ଦୀପ କୁମାର ,ସେଫ୍ଟି ଇଞ୍ଜିନିୟର ଗୋବିନ୍ଦ ଚନ୍ଦ୍ର ମହାରଣା ଯୋଗଦେଇ ସଡ଼କ ସୁରକ୍ଷା ନିୟମଗୁଡ଼କ ସଂପର୍କରେ ଆଲୋକପାତ କରିଥିବାବେଳେ ରାସ୍ତାରେ ଗାଡ଼ି ଚାଳନା କରି ଯିବା ସମୟରେ ସିଟବେଲ୍ଟ, ହେଲମେଟ ପିନ୍ଧିବା ସହ ମୋବାଇଲରେ କଥା ନହେବାକୁ ବାରଣ କରିଥିଲେ । ସେହିପରି ଦ୍ୱିତୀୟାର୍ଦ୍ଧରେ ଏଡ଼ସ ସଚେତନତା ଉପରେ ପ୍ରଶିକ୍ଷକ ଆଦିକନ୍ଦ ପ୍ରଧାନ, ରକ୍ତଦାନ ଓ ରକ୍ତ ବିଜ୍ଞାନ ଉପରେ ରଞ୍ଜନ କୁମାର ମହାପାତ୍ର ବଝାଇଥିଲେ । ଆଜିର କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଓ ଅଧ୍ୟାପିକା ଡ଼. ରେଣୁବାଳା ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର