Saturday , April 1 2023
Breaking News
Home / କୃଷି / କାଜୁ ବାଦାମ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର

କାଜୁ ବାଦାମ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର

ଭୁବନ,୧୯/୦୨/୨୦୨୧ (ଓଡ଼ିଶା ସମାଚାର)- ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଧିନସ୍ଥ ସର୍ବଭାରତୀୟ ସଂଯୋଜିତ କାଜୁ ଗବେଷଣା ପ୍ରକଳ୍ପ ,ଭୁବନେଶ୍ୱର ଆନୁକୂଲ୍ୟରେ ଗଁନ୍ଦିଆ ବ୍ଲକ ନବଲିଙ୍ଗା ଗ୍ରାମରେ ଅନୁସୂଚିତ ଜାତି ଉପଯୋଜନା ମାଧ୍ୟମରେ କାଜୁବାଦାମ ଚାଷ ଓ ତା’ର ପରିଚାଳନା ସମ୍ବନ୍ଧରେ ଆଜି ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ କୃଷି ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସଂପ୍ରସାରଣ କେନ୍ଦ୍ର ଢେଙ୍କାନାଳ ର ସହଯୋଗୀ ଗବେଷଣା ନିର୍ଦ୍ଧେଶକ ଡଃ ଦେବାଶିଷ ସ୍ୱାଇଁ ପୌରହିତ୍ୟ କରି କାଜୁ ଫସଲରେ କିଭଳି ଅଧିକ ଅମଳ ହେବା ସହିତ ଅଧିକ ଲାଭ ମିଳିବ ସେ ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । କାଜୁ ଗବେଷଣା ପ୍ରକଳ୍ପ,ଭୁବନେଶ୍ୱର ଭାରପ୍ରାପ୍ତ ଅଧିକାରୀ ପ୍ରଫେସର ପ୍ରମୋଦ କୁମାର ପଣ୍ଡା,ବରିଷ୍ଠ ଉଦ୍ୟାନବିତ୍ ଡଃ ସୁନିଲ ସାମଲ, ଡଃ କବିତା ସେଠୀ, ଦିବ୍ୟ ଶଙ୍କର କର ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇକାଜୁ ଫସଲର ବିଭିନ୍ନକିସମ,ଅମଳ ଓ ଉତ୍ପାଦିକା ଶକ୍ତିବୃଦ୍ଧି ବିଭିନ୍ନ ଜ୍ଞାନ କୌଶଳ ଓ ନୂତନ ବୈଜ୍ଞାନିକ ତଥ୍ୟ ପ୍ରଦାନ କରିଥିଲେ । ନବଲିଙ୍ଗା ଗ୍ରାମର ୫୦ ରୁ ଉଦ୍ଧ୍ୱର୍ ଅଗ୍ରଣୀ କାଜୁ ଚାଷୀ ଯୋଗଦେଇଥିଲେ । ମନ୍ଦାର ପଂଚାୟତର ନାଏବ ସରପଂଚ ଲକ୍ଷ୍ମୀପ୍ରିୟା ସାହୁ,ନବଲିଙ୍ଗା ଗ୍ରାମ ସଭାପତି ଅନନ୍ତ ସେଠୀ ଯୋଗଦେଇଥିବା ବେଳେ ଯୁବ କୃଷି ଉଦ୍ୟୋଗୀ ପ୍ରାଂଶୁ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ବୈଜ୍ଞାନିକ ମାନେ କାଜୁ ଚାଷୀ ମାନଙ୍କ ସହିତ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.