Wednesday , March 29 2023
Home / ବ୍ୟବସାୟ ବାଣିଜ୍ୟ / ଆଓସିଏଲ୍  ରେ ପ୍ରସ୍ତାବିତ ଏମ୍ଇଜି ପ୍ଲାଂଟ ରେ ନିଯୁକ୍ତି ଦାବିରେ ଜମିହରା କୃଷକ ମଂଚର ଆନ୍ଦୋଳନ

ଆଓସିଏଲ୍  ରେ ପ୍ରସ୍ତାବିତ ଏମ୍ଇଜି ପ୍ଲାଂଟ ରେ ନିଯୁକ୍ତି ଦାବିରେ ଜମିହରା କୃଷକ ମଂଚର ଆନ୍ଦୋଳନ

ପାରାଦୀପ ୧୯/୦୨/୨୦୨୧ (ଓଡ଼ିଶା ସମାଚାର)- ଆଇଓସିଏଲ୍ ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ପ୍ରାରମ୍ଭରୁ ଉତ୍ପାଦନ ପର୍ଯ୍ୟନ୍ତ ବିବାଦ ଏହାର ପିଛା ଛାଡୁନାହିଁ । ପ୍ରକଳ୍ପ ସମୟରେ ଜମିହରା କୃଷକଙ୍କୁ ଆଇଓସିଏଲ୍ କର୍ତୃପକ୍ଷ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସ କର୍ମ ସଂସ୍ଥାନ ଯୋଗାଇବା ପ୍ରତିଶୃତି ଆଜି ପ୍ରହସନରେ ପରିଣତ ହୋଇଛି । ଏତତ୍ ବ୍ୟତିତ ପାରାଦୀପ ଶିଳ୍ପ ସହରରେ ବିଭିନ୍ନ ଛୋଟ ଛୋଟ ଶିଳ୍ପ ସ୍ଥାନୀୟ ଅଂଚଳର ପାରିପାଶ୍ୱିର୍କ ଉନ୍ନତି ଉପରେ ଗୁରୁତ୍ୱ ଦେଉଥିବା ବେଳେ ଆଇଓସିଏଲ୍ ଏଥିରେ ବ୍ୟତିକ୍ରମ ସାଜିଛି । ସଂପ୍ରତି ପାରାଦୀପକୁ ପେଟ୍ରୋଲିୟମ, ବୟନଶିଳ୍ପ ଏବଂ ପେଟ୍ରୋକେମିକାଲ୍ ଭିତିକ ଶିଳ୍ପର ଏକ ହବ୍ କରିବା ପାଇଁ ଆତ୍ମନିର୍ଭର ଭାରତର ଆଧାରରେ ଏକ ଗୁଣବତା ଭାବେ କାର୍ଯ୍ୟ କରିବା ପାଇଁ ଆଇଓସିଏଲ୍ ରେ ଏମଇଜି ପ୍ରକଳ୍ପ ତିଆରି ଚାଲିଛି । କିନ୍ତୁ ଏହି ପ୍ରକଳ୍ପରେ ସ୍ଥାନୀୟ ବେକାର ଓ ଠିକାଦାର ମାନଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଏଠାରେ ଆଇଓସିଏଲ୍ ର ମୋନୋ ଏଥାଇଲିନ୍ ଗ୍ଲାଇକଲ୍(ଏମ୍ଇଜି) କାରଖାନାର ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଏହି ପ୍ରକଳ୍ପରେ ନିଯୁକ୍ତି ଦାବୀରେ ସ୍ଥାନୀୟ ଜମିହରା କୃଷକ ମଂଚର ସଦସ୍ୟମାନେ ଗୁରୁବାର ଏହାର କାର୍ଯ୍ୟ ବନ୍ଦ କରି ନିର୍ମାଣକାରୀ ସଂସ୍ଥା ଏଲ୍ଆଣ୍ଡଟିର ମୁଖ୍ୟ ଫାଟକକୁ ତାଲା ପକାଇ ଆନ୍ଦୋଳନ କରିଥିଲେ । ଜମିହରା କୃଷକ ମଂଚର ସଭାପତି ରବିନ୍ଦ୍ର ମାଝିଙ୍କ ନେତୃତ୍ୱରେ ଆନ୍ଦୋଳନକାରୀମାନେ ଉକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟକୁ ଅଟକାଇ ଶ୍ରମିକ ମାନଙ୍କୁ କଲୋନୀ ମଧ୍ୟରେ ପ୍ରବେଶ କରାଇ ଦେଇ ନଥିଲେ । ତେବେ ଆଇଓସିଏଲ୍ ର ଅଧିକାରୀମାନେ ଘଟଣା ସ୍ଥଳରେ ପହଁଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ସେମାନଙ୍କ ଦାବି ପ୍ରତି ତୁରନ୍ତ ବିଚାର କରିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.