Saturday , April 1 2023
Breaking News
Home / ବିଶେଷ / ଅବସରପ୍ରାପ୍ତ ଶିକ୍ଷକ ବାନାମ୍ବର ରାଉତଙ୍କ ବିୟୋଗ

ଅବସରପ୍ରାପ୍ତ ଶିକ୍ଷକ ବାନାମ୍ବର ରାଉତଙ୍କ ବିୟୋଗ

କେନ୍ଦ୍ରାପଡା,୧୯/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ମେହେନ୍ଦିପୁର ଗ୍ରାମର ଅବସରପ୍ରାପ୍ତ  ଶିକ୍ଷକ ବାନାମ୍ବର ରାଉତଙ୍କର ୮୪ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି ।  ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ଦୁଇପୁଅ ବାବୁଲି ଓ କାଳିଆ, ବୋହୁ, ଝିଅ ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଜ୍ୟେଷ୍ଠପୁତ୍ର ରଞ୍ଜନ କୁମାର ରାଉତ ମୁଖାଗ୍ନି ଦେଇଥିଲେ । ସେ ଜଣେ ସ୍ନେହୀ, ପରୋପକାରୀ, ଛାତ୍ରବତ୍ସଳ ଶିକ୍ଷକ ଭାବରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ଶିକ୍ଷକ ନେତା ଅବନୀ କୁମାର ମହାନ୍ତି, ଗୈାରହରୀ ରାଉତ, ସମାଜସେବୀ ପ୍ରଦୀପ କୁମାର ମହାନ୍ତି, ଭରତପୁର ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ, ଛାତ୍ର ଚିତରଞ୍ଜନ ଦାସ  ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.