ଭୁବନ ୧୮/୦୨/୨୦୨୧ (ଓଡ଼ିଶା ସମାଚାର)-ଭୁବନ ଏନଏସି ଅନ୍ତର୍ଗତ ୬ ନମ୍ବର ୱାର୍ଡ ଅରାସାହି ଯାଦବ ସମାଜ କୀର୍ତନ ମଣ୍ଡଳୀ ତରଫରୁ ସିନେମା ହଲ ସମ୍ମୁଖରେ ୨୧ ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ମଙ୍ଗଳବାର ସରସ୍ୱତୀ ପୂଜା ଅପରାହ୍ନରେ ଶତାଧିକ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତ କଳସ ଶୋଭାଯାତ୍ରାରେ ସହର ପରିକ୍ରମା କରି ଘଟସ୍ଥାପନ କରିଥିଲେ । ଗତ ବୁଧବାର ପ୍ରାତଃ ସମୟରୁ ନାମଯଜ୍ଞ ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୂତୀ ଦିଆଯାଇଥିଲା । ଏଥିରେ ୧୦ ରୁ ଉଦ୍ଧ୍ୱର୍ ସଂକୀର୍ତନ ମଣ୍ଡଳୀ ଯୋଗଦେଇଥିଲେ । ଅପରାହ୍ନରେ ନଗର କୀର୍ତନ ଅନୁଷ୍ଠିତ ହୋଇଥିଲା ଓ ସଂଧ୍ୟାରେ ସାମୁହିକ ପ୍ରସାଦ ସେବନ କରାଯାଇଥିଲା । ଗଙ୍ଗାଧର ନାୟକ ଙ୍କ ନେତୃତ୍ୱରେ ଯାଦବସମାଜ କୀର୍ତନମଣ୍ଡଳୀର ସମସ୍ତ ସଦସ୍ୟ ଓ ସିନେମାହଲ ନିକଟସ୍ଥ ଜନସାଧାରଣ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଓଡ଼ିଶା ସମାଚାର