ରଘୁନାଥପୁର,୧୮/୦୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର ଗତକାଲି ବିଳମ୍ବିତ ରାତି ପେଟ୍ରୋଲିଂ କରୁଥିବା ସମୟରେ ୧୯୨ ବୋତଲ ବିଦେଶୀ ଚୋରା ମଦ ଜବତ କରିଛନ୍ତି । ପ୍ରକାଶ ଥାଉକି, ରଘୁନାଥପୁର ବିଜୁପଟ୍ଟନାୟକ ଛକ ନିକଟରେ ପୁରଣ ଓଡପଡା ଗ୍ରାମର ବେଣୁଧର ମଲ୍ଲିକଙ୍କ ପୁଅ ବିପ୍ଳବ ମଲ୍ଲିକ, ବିଳାସ ମଲ୍ଲିକଙ୍କ ପୁଅ ତ୍ରିନାଥ ମଲ୍ଲିକ ଏକ ବଜାଜ ଡିସ୍କଭର ବାଇକରେ ୧୯୨ ବୋତଲ ବିଦେଶୀ ମଦ ନେଇ ଯାଉଥିବା ସମୟରେ ଆଇ.ଆଇ.ସି ମହାପାତ୍ର, ପୋଲିସ୍ ଏସ୍.ଆଇ. ଗୟସ ଅହମ୍ମଦ, ପୋଲିସ ଏସ୍.ଆଇ. ହିତାୟତ ଅହମ୍ମଦ ଏସ୍.ଆଇ. ଚିନ୍ମୟ ପାଣି ସେମାନଙ୍କୁ ଅଟକାଇ ତାଙ୍କ ଠାରୁ ଉକ୍ତ ଚୋରାମଦ ସହିତ ବାଇକଟିକୁ ଜବତ କରି ୨ଜଣକୁ ଗିରଫ କରି ଥାନାକୁ ନେଇଥିଲେ । ସେମାନଙ୍କ ନାମରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲଣ କରିଛନ୍ତି । ଓଡ଼ିଶା ସମାଚାର