ନିରାକାରପୁର, ୧୮/୦୨/୨୦୨୧ (ଓଡ଼ିଶା ସମାଚାର)-୧୫ ଦଫା ସମ୍ବଳିତ ଦାବି ପତ୍ରନେଇ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତର ଡାକରା କ୍ରମେ ଖୋର୍ଦ୍ଧା ଜିଲ୍ଲା କମିଟି ସିଆଟିୟୁ, ଓଡିଶା କୃଷକ ସଭା, ଓଡିଶା କ୍ଷେତମଜଦୂର ୟୁନିୟନ ତରଫରୁ ନିରାକାରପୁର ରେଳ ଷ୍ଟେସନ ଠାରେ ଗୁରୁବାର ଦିନ ସାଢେ୧୨ଟା ଠାରୁ ଅପରାହ୍ନ ୨ଟା୧୫ପର୍ଯ୍ୟନ୍ତେ ରେଳ ଧାରଣା ଉପରେ ବସିରହିଥିଲେ । ଏଥିରେ ନୟାଗଡ ଓ ଖୋର୍ଦ୍ଧାର ଜିଲ୍ଲାର କର୍ମି ମାନେ ସାମିଲ ହୋଇ ସମସ୍ତେ ହାତରେ ଦଳିୟ ପତାକା ଧରି ମୋଦି କେନ୍ଦ୍ର ସରକାର ଆଣିଥିବା ଜନ ବିରୋଧି ନୀତିବିରୋଧରେ କର୍ପୋରେଟ୍ହଟାଅ-କୃଷକଏବଂକୃଷିବଂଚାଅ ଆଦି ବିଭିନ୍ନ ସ୍ଲୋଗାନ୍ମାନ ଦେଇଥିଲେ । ସରକାର ଯଦି ଏହିସମସ୍ୟାର ସମାଧାନ ନକଲେ ତେବେ ନଭେମ୍ବର ୨୬ତାରିଖରେ ସାରା ଦେଶରେ ଶ୍ରମିକ ଓ କୃଷକମାନଙ୍କର ହରତାଳ ପାଳନ ହେବବୋଲି ସମନ୍ୱୟ ସମିତି ପକ୍ଷରୁ ଆଜି ଚେତାବନୀ ଦିଆ ଯାଇଛି । ଏହି ପ୍ରତିବାଦ ସଭାରେ ଖୋର୍ଦ୍ଧା ଜିଲ୍ଲ ସମନ୍ୱୟ ସମିତିର ସଂଗଠନର ଆବାହକ ଅନନ୍ତ ମଙ୍ଗରାଜ , ନୟାଗଡ ଶ୍ରମିକ ସଂଗଠନର ନେତା ସୁରେଶ ସ୍ୱାଇଁ ,ନୟାଗଡ ଜିଲ୍ଲା ସଂଗଠନର ମହିଳା ନାରୀନେତ୍ରୀ ସଂଯୁକ୍ତା ସେଠୀ, ଶ୍ରମିକ ନେତା ଗିରିଶ ମହାରଣା, କୃଷକ ନେତାଚରଣ ଦଳେଇ, କ୍ଷେତମୂଲିଆ ନେତା ନିତ୍ୟାନନ୍ଦ ପରିଡା, ନୃସିଂହ ଦଳେଇ, ଗଦାଧର ପ୍ରଧାନ,ସୁନିଲ ମହାନ୍ତି, ବିଧୁଭୂଷଣ ମହାରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସମିଲ ହୋଇଥିଲେ । ଓଡ଼ିଶା ସମାଚାର