Saturday , March 25 2023
Breaking News
Home / କୃଷି / ସିଡ଼ିଭିଓ କାର୍ଯ୍ୟାଳୟ ସମ୍ମୁଖରେ ଗୋ ଚାଷୀଙ୍କ ଅନଶନ 

ସିଡ଼ିଭିଓ କାର୍ଯ୍ୟାଳୟ ସମ୍ମୁଖରେ ଗୋ ଚାଷୀଙ୍କ ଅନଶନ 

କେନ୍ଦ୍ରାପଡ଼ା, ୧୮/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ସଦର ମହକୁମାରେ ଥିବା ଜିଲା ପ୍ରାଣୀଚିକିତ୍ସାଧିକାରୀଙ୍କ ସମ୍ମୁଖରେ ଆଜି ଗରଦପୁର ଅଂଚଳର ଗୋ ପାଳକ ଚାଷୀମାନେ ଆମରଣ ଅନଶନ କରିଥିଲେ । ୨୦୧୮ ମସିହା ସେପ୍ଟେମ୍ବର ୫ ଓ ୬ ତାରିଖରେ ହୋଇଥିବା ପ୍ରବଳ ବର୍ଷା ବିତପାତରେ କ୍ଷୟ କ୍ଷତି ବାବାଦ ଆର୍ଥିକ ପ୍ରୋତ୍ସାହନ ଦାବି କରି ଏହି ଅନଶନ ହୋଇଥିଲା । ପ୍ରକାଶ ଥାଉକି ଏହି ବର୍ଷା ବିତପାତ ରେ ଗରଦପୁର ବ୍ଲକ୍ ର ୩୮ ଜଣ ଗୋ ପାଳକଙ୍କର ଗୁହାଳ ଭାଙ୍ଗିରୁଜି ଯିବା ସହିତ ଗୋରୁ ଗାଈ , ଛେଳି ମେଣ୍ଢା ଓ କୁକୁଡ଼ା ଆଦି କ୍ଷତିଗ୍ରସ୍ତ ହୋଇଥିଲେ । ସରକାରଙ୍କ ନିୟମ ମୁତାବକ କ୍ଷୟ କ୍ଷତିର ଯୁଗ୍ମ ତଦନ୍ତ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବା ସହିତ ଜିଲା ପ୍ରାଣୀ ଚିକିତି୍ସକଙ୍କ କାର୍ଯ୍ୟାଳୟକୁ ଦୀର୍ଘ ଦିନରୁ ଆସିଥିଲା । କିନ୍ତୁ ବିଭାଗୀୟ ଉଦାସିନତାରୁ ଗୋ ଚାଷୀମାନଙ୍କୁ ଅଦ୍ୟାବଧି କୌଣସି ଆର୍ଥିକ ସହାୟତା ମିଳିପାରିନାହିଁ । ଗୋ ଚାଷୀମାନେ ହତାଶ ହୋଇ ଜିଲାପାଳ ଓ ସିଡ଼ିଭିଓ ଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହୋଇଥିଲେ । ପୂର୍ବରୁ ଜିଲାପାଳଙ୍କ  ହସ୍ତକ୍ଷେପ ଦାବି କରି ସ୍ମାରକ ପତ୍ର ଦେଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା । ସେଥିପାଇଁ ଆଜି ଚାଷୀମାନେ ଆମରଣ ଅନଶନ କରିବା ପାଇଁ ପୂର୍ବରୁ ଘୋଷଣା କରିଥିଲେ ।  ଆଜି ନିର୍ଦ୍ଧାରିତ ସମୟରେ ଗା ଚାଷୀମାନେ ସିଡ଼ିଭିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ । ସିଡ଼ିଭିଓ ଆଜି ଅନୁପସ୍ଥିତ ରହିଥିଲେ । ଅପରାହ୍ନରେ ବିଭାଗ ତରଫରୁ ଏସଡ଼ିଭିଓ ଡ଼ ଆସିଶ ସତପଥି ଅନଶନକାରୀଙ୍କ ନିକଟରେ ପହଂଚି ପ୍ରତିଶୃତି ଦେଇଥିଲେ । ତହସିଲଦାର, ଭିଏଏସ , ଡ଼ିଭିଓ ଙ୍କ ମତାମତ ନେଇ ଏକ କମିଟି ଜରିଆରେ ତୁରନ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିବା ପରେ ଗୋ ଚାଷୀମାନେ ଅନଶନ ରୁ ନିବୃତ ହୋଇଥିଲେ । ଅନଶନରେ ଗୋ ଚାଷୀ ସର୍ବଶ୍ରୀ ଅରୁଣ କୁମାର ପଣ୍ଡା,ସୁଧାକର ମହାନ୍ତି,ଅମରେନ୍ଦ୍ର ଜେନା,ଆଶୁତୋଷ ଦାସ,ଅଲେଖ ଚନ୍ଦ୍ର ବେହେରା,ସୁଲୋଚନା ରାଉତ,ପ୍ରକାଶ ବେହେରା,ଶ୍ରୀଧର ରାଉତ,ନମିତା ରାଉତ,ସୀତା ମଳିକ,ଅଂଜନ ବେହେରା, ବେଙ୍ଗଲତା ବେହେରା,ସୁବାସ ଚନ୍ଦ୍ର ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.