Tuesday , May 30 2023
Breaking News
Home / ବିଶେଷ / ଶ୍ରୀଜିଉଙ୍କୁ ୫କେଜି ସୁନା ଅଳଙ୍କାର ଦାନ – ଦାତାଙ୍କ ନାମ ଗୋପନ ରଖିଛି ଶ୍ରୀ ମନ୍ଦିର ପ୍ରଶାସନ

ଶ୍ରୀଜିଉଙ୍କୁ ୫କେଜି ସୁନା ଅଳଙ୍କାର ଦାନ – ଦାତାଙ୍କ ନାମ ଗୋପନ ରଖିଛି ଶ୍ରୀ ମନ୍ଦିର ପ୍ରଶାସନ

ପୁରୀ,୧୮/୦୨/୨୦୨୧ (ଓଡ଼ିଶା ସମାଚାର)- ପବିତ୍ର ବସନ୍ତ ପଂଚମୀ ତଥା ରଥକାଠ ଅନୁକୂଳ ଅବସରରେ ଜନୈକ ଦାତା ମହାପ୍ରଭୁଙ୍କ ଉଦ୍ଧେଶ୍ୟରେ ଶ୍ରୀମନ୍ଦିରକୁ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଦାନ କରିଛନ୍ତି । ଏସବୁ ଅଳଙ୍କାର ମଧ୍ୟରେ ୪ କେଜି ୮୫୮ଗ୍ରାମ୍ ର ସୁନା ଓ ୩ କେଜି ୮୭୬ ଗ୍ରାମ୍ ରୂପା ଅଳଙ୍କାର ରହିଛି । ପ୍ରଭୁ ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଓ ଦୁଇଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଓ ଦୁଇଟି ଝୋବା ଏବଂ ଦେବୀ ସୁଭଦ୍ରାଙ୍କ ଦୁଇଟି ତଡ଼ଗି ଓ ଦୁଇଟି ଝୋବା ଏହି ସୁନା ଓ ରୁପାରେ ତିଆରି ହୋଇଛି । ଦାତାଙ୍କ ପ୍ରତିନିଧି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କୁ ଭେଟି ଏହି ଅଳଙ୍କାର ଦାନ କରିଛନ୍ତି । ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ଏହି ଅଳଙ୍କାର ବ୍ୟବହୃତ ହେବ । ଏହି ଅବସରରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଅନନ୍ତ ତିଆଡ଼ି, ଜନାର୍ଦ୍ଧନ ପାଟ୍ଟ ଯୋଷୀ ମହାପାତ୍ର ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ଦାତା ଙ୍କ ନାମ ଆଜି ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାନଯାଇ ଗୋପନ ରଖାଯାଇଛି । ଶୁଣାଯାଏ ଦାତା ପୂର୍ବରୁ ଶ୍ରୀ ମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରି ଏହି ଦାନ ପ୍ରଦାନ କରିଛନ୍ତି । ଶ୍ରୀ ମନ୍ଦିର ଇତିହାସରେ ଏକାକାଳୀନ ଏତେ ପରିମାଣର ସ୍ୱର୍ଣ୍ଣ ଦାନ କେବେ ହୋଇନାହିଁ, ଏହା ପ୍ରଥମ ବୋଲି ଆଲୋଚନା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.