ଉଚ୍ଚ ପ୍ରମାଣପତ୍ର ଦଖଲ କରିବା ପ୍ରକୃତ ଶିକ୍ଷା ନୁହେଁ ଉତମ ଚରିତ୍ର ଗଠନ ପ୍ରକୃତ ଶିକ୍ଷାର ମାନ ନିର୍ଦ୍ଧାରଣ କରିଥାଏ
ନିରାକାରପୁର, ୧୮/୦୨/୨୦୨୧ (ଓଡ଼ିଶା ସମାଚାର)- କେବଳ ଜଣେ ପ୍ରମାଣପତ୍ର ଦଖଲ କରି ଶିକ୍ଷା ଲାଭ କରିବା ତାହା ବାସ୍ତବରେ ଉତମ ଶିକ୍ଷାର ମାର୍ଗ ନୁହେଁ । ମଣିଷର ମାନବିକତା, ଚରିତ୍ରବାନ, ସେବା, ରାଷ୍ଟ୍ରଭକ୍ତିରୁ ହିଁ ପ୍ରକୃତ ସେବାର ପ୍ରମାଣ ମିଳିଥାଏ । ସେ ସବୁ ସ୍ଥାନରେ ପୂଜ୍ୟପୂଜାର ଅଧିକାରୀ ହୋଇଥାଏ । ସମାଜରେ ନିଜକୁ ଉଚ୍ଚ ଓ ପ୍ରତିଷ୍ଠିତର ପରିଚୟ ଦେବା ପାଇଁ ବିଶାଳ ହୃଦୟ ସହ ନିଜର ମାନବିକତାକୁ ଉଜାଗର କରିବାକୁ ପଡ଼ିବ ବୋଲି ଆଜି ଖୋର୍ଦ୍ଧା ଜିଲ୍ଲା କମାଗୁରୁସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ସ୍କୁଲରେ ଅନୁଷ୍ଠିତ ସଂଙ୍କୁଳସ୍ତରୀୟ ଯୁବ ରେଡ଼କ୍ରସ ୩ ଦିନିଆ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଘାଟନ ଉତ୍ସବରେ ବିଶିଷ୍ଟ ଅତିଥିଗଣ ମତବ୍ୟକ୍ତ କରିଛନ୍ତି । ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅଧ୍ୟାପିକା ଡ଼.ରେଣୁବାଳା ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦଘାଟକଭାବେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା କଲେଜ ପ୍ରତିଷ୍ଠାତା ରାମଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକଭାବେ ଶିବିରକୁ ଉଦଘାଟନ କରିଥିବାବେଳେ ମୁଖ୍ୟଅତିଥିଭାବେ ଅବସରପ୍ରାପ୍ତ ଜିଲ୍ଲାପାଳ ଦେବରାଜ ସେନାପତି ଓ ମୁଖ୍ୟବକ୍ତାଭାବେ ଜିଲ୍ଲା ଯୁବ ରେଡ଼କ୍ରସ ସଂଯୋଜକ ସୁବୋଧ କୁମାର ଜଗଦ୍ଧେବ ଯୋଗଦେଇ ଉପସ୍ଥିତ ଶିବିରାର୍ଥୀମାନଙ୍କ ସମେତ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ ନାରାୟଣ ଶତପଥୀ ଓ ଶିକ୍ଷା ସଂଗଠକ ଗୋଦାବରୀଶ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଉଦଘାଟନୀ ଉତ୍ସବରେ ଉଦଘାଟକ ଶ୍ରୀଯୁକ୍ତ ମହାପାତ୍ର ରେଡ଼କ୍ରସ ପତାକା ଉତୋଳନ କରିଥିବାବେଳେ ମୁଖ୍ୟଅତିଥି ଶ୍ରୀଯୁକ୍ତ ସେନାପତି ଶିବିରାର୍ଥୀମାନଙ୍କୁ ଶପଥପାଠ କରାଇଥିଲେ । ଏହି ୩ ଦିନିଆ ଶିବିରରେ ୨୫ ଜଣ ଶିବିରାର୍ଥୀ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ଆଜି ପ୍ରଥମ ଦିବସରେ ଅଗ୍ନି ନିରାପତା ବିଷୟରେ ଟାଙ୍ଗୀ ଦମକଳ ବାହିନୀର ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ବିଶ୍ୱରଞ୍ଜନ ଭୋଇ ଓ କର୍ମଚାରୀ କାଳୀଚରଣ ପାତ୍ର ଯୋଗଦେଇ ନିଆଁ ଲିଭାଇବା ଓ ନିଆଁରୁ ରକ୍ଷା ପାଇବାର ବିଭିନ୍ନ କୈାଶଳ ସଂପର୍କରେ ବିସ୍ତୃତ ଶିକ୍ଷା ଦେବା ସହ ଡ଼େମୋ କରି ପ୍ରଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଙ୍ଗୀ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର, ଓଳସିଂହ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟାପକ ବିଶଜିତ ଦାସ, କବିରାଜ ରାଉତରାୟ , କମାଗୁରୁ ଉଚ୍ଚମାଧ୍ୟମିକ ସ୍କୁଲର ଚିତରଞ୍ଜନ ସାହୁ, ଆଦିକନ୍ଦ ପ୍ରଧାନ, ରତ୍ନାକର ମହାପାତ୍ର, ଅଭିରାମ ପଣ୍ଡା, ସମୀର କୁମାର ରାଉରାୟ, ସ୍ୱଦେସ୍ନା ସାମନ୍ତରାୟ, ସସ୍ମିତା ସାହୁ, ମନମୋହନ ନାୟକ, ଜମ୍ବେଶ୍ୱର ଜୁଝାରସିଂହ, ପ୍ରଭାକର ଜୟସିଂହ, ଅଭିରାମ ମିଶ୍ରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର