ନିଶ୍ଚିନ୍ତକୋଇଲି:୧୮/୦୨/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା)- ଆଜି ଭାରତୀୟ ଜନତା ପାର୍ଟି ମାହାଙ୍ଗା ପକ୍ଷରୁ ବିଜେପି ନେତା ସାରଦା ପ୍ରଧାନ ଙ୍କ ନେତୃତ୍ବରେ ଲୁଣା ଚିତ୍ରୋତ୍ପଳା ଦ୍ବୀପାଞ୍ଚଳରେ ଥିବା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ରେ ସଦଭାବନା ପଦଯାତ୍ରା ଆରମ୍ଭ କରାଯାଇଛି। କଟକ ସଦର ନିର୍ବାଚନମଣ୍ଡଳୀର ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠରୁ ଏହି ରାଲିର ଶୁଭାରମ୍ଭ କରାଯାଇଥିଲା । ଏଥିରେ ପ୍ରଦେଶ ବିଜେପି ସମ୍ପାଦକ ଦିଲ୍ଲୀପ ମଲ୍ଲିକ, ଭୁବନ ମୋହନ ଜେନା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସିନୀ ଜେନା,କମଳା ବସ୍ତିଆ, ବିବେକାନନ୍ଦ ବେହେରା, ଅମରେନ୍ଦ୍ର ମହାନ୍ତି, ଅଶୋକ ସାହୁ, ନେମାଳ ମଣ୍ଡଳ ସଭାପତି ରଞ୍ଜନ ନନ୍ଦ ପ୍ରମୁଖ ବହୁ ବିଜେପି ନେତା ଯୋଗ ଦେଇଥିବା ଦେଖାଯାଇଥିଲା। ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ ଗଣମାଧ୍ୟମ କୁ କହିଥିଲେ ଯେ ମାହାଙ୍ଗା ରେ ଗତ କିଛି ବର୍ଷ ଧରି ଅରାଜକତା ଲାଗିରହିଛି। ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ସଂପୃକ୍ତ ଶାସକ ଦଳ ର ନେତାଙ୍କର ମୁଖା ଖୋଲିବାକୁ ଓ ମାହାଙ୍ଗା ପବିତ୍ର ମାଟିର ସୁରକ୍ଷା ପାଇଁ ଏହି ପଦଯାତ୍ରା ବୋଲି ସେ କହିଥିଲେ। ଓଡ଼ିଶା ସମାଚାର