କୋକସରା ୧୮/୦୨/୨୦୨୧(ଓଡ଼ିଶା ସମାଚାର / ତ୍ରିନାଥ ଵେଶ୍ରା)-କଳାହାଣ୍ଡି ଜ଼ିଲ୍ଲା ର ସମସ୍ତ ବ୍ଲକ ର ଅଙ୍ଗନବାଡି କର୍ମୀ ମାନେ ଭବାନୀପାଟଣା ରେ ଏକ ଜୁଟ ହୋଇ ସ୍ଥାନୀୟ ବାଲାଜୀ ମନ୍ଦିର ରୁ ଏକ ରାଲି ରେ ଯାଇ ବିଭିନ୍ନ ନାରା ଦେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ଙ୍କ ଉଦେଶ୍ୟରେ ଜ଼ିଲ୍ଲା ପାଲଙ୍କୁ ଏକ ଆଠ ଦଫା ଦାବି ପତ୍ର ପ୍ରଦାନ କରି ଥିଲେ ।
ଏହି ଆଠ ଦଫା ଦାବି ପତ୍ର ମଧ୍ୟରେ ଅଙ୍ଗନବାଡି କର୍ମୀ ଙ୍କୁ ସରକାରି ମାନ୍ୟତା, ଦରମା ୧୮୦୦୦ ରୁ ଉର୍ଦ୍ଧ, ଅଙ୍ଗନବାଡି କର୍ମୀ ମାନଙ୍କୁ ସରକାରୀ ପ୍ରାଇମେରୀ ଶିକ୍ଷ୍ୟୟତ୍ରୀ ନିଯୁକ୍ତି, କର୍ମୀ ମାନଙ୍କୁ ଇପିଏମ, ଇଏସଆଇ, ଗ୍ରାଚ୍ୟୁଟି ଚିକିତ୍ସା ଯୋଗାଇବା, ଯେଉଁ କର୍ମୀ ଙ୍କ କେନ୍ଦ୍ର ନାହିଁ, ତାକୁ ୩୦୦୦ ହଜାର ଟଙ୍କା ଘରଭଡା ଦେବା, ଓ ପରିଶେଷରେ ଗାଁ କଲ୍ୟାଣ ସମିତି ରୁ କର୍ମୀ ଙ୍କୁ ବାଦ ଦିଆଯିବାକୁ ଆଠ ଦଫା ଲେଖା ଯାଇ ଜ଼ିଲ୍ଲା ପାଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଓ ପ୍ରଧାନ ମନ୍ତ୍ରୀ ନିକଟକୁ ପଠାଦିଆଯିବା ପାଇଁ ପ୍ରଦାନ କରାଯାଇଛି ।
ଆଜିର ଏହି ରୋଡ଼ ସୋ ରେ ଜ଼ିଲ୍ଲା ସଭାନେତ୍ରୀ ଝୁନୁପମା ସତପଥି, ସମ୍ପାଦିକା ପ୍ରେମା ଲତା ସାମନ୍ତ ରାୟ , ରାଜ୍ୟ କାରଜ୍ୟ କାରିଣୀ ସଭ୍ୟା ଜସ୍ମିନ ନାଏକ, ଧର୍ମଗଡ ଅଙ୍ଗନବାଡି ସଂଘର ସମ୍ପାଦିକା ପାର୍ବତୀ ଜାଲ, ବିଏମ ଏସ ର ଜ଼ିଲ୍ଲା କର୍ମ କର୍ତ୍ତା ସୁବ୍ରତ ପଣ୍ଡା, ତୁଳସୀ ବେଶ୍ରକ୍ଷ, ଦମୟନନ୍ତି ବେଶ୍ରକ୍ଷ କୋକସରା ବ୍ଲକ ର ସଭାନେତ୍ରୀ ସମ୍ପାଦିକା ନିର ମହା ନନ୍ଦସହିତ ବିନୋଦିନୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ଜ଼ିଲ୍ଲା ପାଳଙ୍କୁ ଆଠ ଦଫା ଦାବି ପତ୍ର ଦେବା ସହ କଳାହାଣ୍ଡି ସମାଜ ମଙ୍ଗଳ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର