ପାରାଦ୍ୱୀପ ୧୮/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ଓ ଫ୍ରନ୍ଟଲାଇନ୍ କର୍ମଚାରୀଙ୍କୁ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟରେ କୋଭିଡ୍-୧୯ ପ୍ରତିଷେଧକ ଟୀକାକରଣ ଅନୁଷ୍ଠିତ ହୋଇଯାଇଛି । ସୂଚନାଥାଉକି, ସମାଜରେ ଏଚଇଆରଡି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରି ରୋଗର ବିସ୍ତାରକୁ ରୋକିବା ପାଇଁ କୋଭିଡ-୧୯ ଟୀକାକରଣକୁ ପ୍ରୋତ୍ସାହିତ କରାଯାଉଛି । ସରକାରୀ ନିର୍ଦ୍ଧେଶାବଳୀ ଅନୁଯାୟୀ, ପାରାଦ୍ୱୀପ ବନ୍ଦର ଚିିକିତ୍ସାଳୟର ସ୍ୱାସ୍ଥ୍ୟସେବା କର୍ମଚାରୀ ମାନଙ୍କୁ ପ୍ରଥମେ ଚଳିତ ବର୍ଷ ଜାନୁଆରୀ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୧୬୦ ଜଣଙ୍କୁ ଟୀକାକରଣ କରାଯାଇଥିବା ବେଳେ ଆଜି ୧୪୨ଜଣଙ୍କୁ ଟୀକାକରଣ କରାଯାଇଥିବା ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ଠାରୁ ପ୍ରକାଶ ।