Tuesday , March 21 2023
Breaking News
Home / ଶିକ୍ଷା / ନୂଆଗଡ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତିବାଦରେ ଗ୍ରାମବାସୀଙ୍କ ମଣ୍ଡଳ କାର୍ଯ୍ୟାଳୟ  ସମ୍ମୁଖରେ ଧାରଣା 

ନୂଆଗଡ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତିବାଦରେ ଗ୍ରାମବାସୀଙ୍କ ମଣ୍ଡଳ କାର୍ଯ୍ୟାଳୟ  ସମ୍ମୁଖରେ ଧାରଣା 

ରଘୁନାଥପୁର, ୧୮/୦୨/୨୦୨୧ (ଓଡ଼ିଶା ସମାଚାର)-ନୂଆଗଡ ସରକାରୀ ପ୍ରଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତି ପ୍ରତିବାଦରେ ଅଭିଭାବକ ଓ ଗ୍ରାମବାସୀ ମାନେ ରଘୁନାଥପୁର ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣାରେ ବସିଥିଲେ । ପ୍ରକାଶ ଥାଉକି, ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ପଂଚାୟତର ନୂଆଗଡ ପ୍ରାଥମିକ ବିଦ୍ୟାଳୟ ଟିକୁ ବ୍ଲକ ଶିକ୍ଷାଧିକାରୀ ବନ୍ଦ କରିଦେବାକୁ ନିଷ୍ପତି ନେଇଛନ୍ତି ବୋଲି ଜାଣିବା ପରେ ଗ୍ରାମବାସୀମାନେ ଆଜି ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ । ବର୍ତମାନ ଏହି ବିଦ୍ୟାଳୟରେ ୨୩ଜଣ ଛାତ୍ରଛାତ୍ରୀ ପାଠପଢୁ ଅଛନ୍ତି । ସେମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ଓ ଟଙ୍କା ଯୋଗାଇ ଦିଆଯାଉଅଛି । ମାତ୍ର ମଣ୍ଡଳ ଶିକ୍ଷାଧିକାରୀ ଏହି ବିଦ୍ୟାଳୟଟିକୁ ସଂପୂର୍ଣ୍ଣ ବେନିୟମ ଭାବେ ବନ୍ଦ କରି ବାରତିରା ସରକାରୀ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ପାଇଁ ନିଷ୍ପତି ନେଇଛନ୍ତି । ସୂଚନାଯୋଗ୍ୟ, ଏହି ବିଦ୍ୟାଳୟ ନିକଟରୁ ବାରତିରା  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ବହୁ ଦୂର ଅଟେ । ଅନ୍ୟପକ୍ଷରେ ଏହି ନୂଆଗଡ ପ୍ରାଥମିକ ବିଦ୍ୟାଳୟଟି ବହୁ ପୁରାତନ  ବିଦ୍ୟାଳୟ ଅଟେ । ଏହା ଉପରେ ୮୦ ଗୋଟି ପଛୁଆବର୍ଗ ପରିବାର ଓ ୪୦ଟି ସାଧାରଣ ପରିବାରର ପିଲାମାନେ ପାଠ ପଢିବା ପାଇଁ ନିର୍ଭର କରନ୍ତି ।  ବିଗତ ୬ ବର୍ଷ ଧରି ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାପନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ବିଦ୍ୟାଳୟଟିକୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବାକୁ ଜଗତସିଂହପୁର ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ ଡି.ପି.ସିଙ୍କୁ ଗ୍ରାମବାସୀ ମାନେ ଲିଖିତ ଭାବେ ଦାବି ପତ୍ର ଦେଇଆସୁଥିଲେ ମଧ୍ୟମ ଏହାର କୌଣସି ସୁଫଳ ନମିଳିବାରୁ ଆଜି  ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ଧାରଣାରେ ସମାଜସେବୀ କିଶୋରଚନ୍ଦ୍ର ବେହେରା, ସସ୍ମିତା ବାରିକ, କାନନ ବେହେରା, ସମ୍ବୁନାଥ ଭଞ୍ଜ, ଶିବାଲ ଭଞ୍ଜ, କଲ୍ୟାଣ ମହାପାତ୍ର, ବୁଦ୍ଧଦେବ ମଲ୍ଲିକ, ଆରତୀ ଦାସ, ଟୁକୁନା ଭଞ୍ଜ, ଚିନ୍ମୟ କୁମାର ବେହେରା, ସୀତାକାନ୍ତ ମହାପାତ୍ର, କିଶୋର ସେଠୀ, ସତ୍ୟବିର ବେହେରା, ବ୍ରଜକିଶୋର ବେହେରା, ବଂଶୀଧର ଦାସ, ବାବୁଲି ସାମଲ, ମାନସୀ ଭଞ୍ଜ ପ୍ରମୁଖ ୩ଘା ଧରି ଯୋଗଦେଇଥିଲେ । ମଣ୍ଡଳ ଶିକ୍ଷାଧିକାରୀ ରାଜ୍ୟଶ୍ରୀ ସାହୁ ଆନ୍ଦୋଳନ କାରୀଙ୍କ ନିକଟରେ ପହଂଚି ସେମାନଙ୍କ ଦାବି ପତ୍ରକୁ ସେ ଜିଲ୍ଲା ଶିକ୍ଷାଧିକାରୀ ଓ ଡି.ପି.ସିଙ୍କ ନିକଟକୁ ପଠାଇଛନ୍ତି । ଜିଲ୍ଲା ସ୍ତରୀୟ ଗଠିତ କମିଟି ମାଧ୍ୟମରେ ଏହାର ଅନୁସନ୍ଧାନ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଆଇନ ଶୃଙ୍ଖଳା ନିମନ୍ତେ ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର, ପୋଲିସ୍ ଏସ୍.ଆଇ. ଗୟସ ଅହମ୍ମଦ, ପୋଲିସ ଏସ୍.ଆଇ. ହିତାୟତ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.