ରଘୁନାଥପୁର, ୧୮/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ ଗୋରଖନାଥ ରେଳ ଷ୍ଟେସନ ନିକଟରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ର କୃଷି ଆଇନ କୁ ବିରୋଧ କରି ଆଜି ରେଳ ରୋକୋ ଆନ୍ଦୋଳନ କରାଯାଇଥିଲା । ଦିନ ୧୨ ଟା ବେଳେ ସଂଗଠନର ଶତାଧିକ କର୍ମୀ ସେଠାରେ ଉପସ୍ଥିତ ହୋଇ କେନ୍ଦ୍ର କୃଷି ଆଇନ କୁ ପ୍ରତ୍ୟାହାର ସହିତ ଦେଶରେ ଚାଷୀମାନଙ୍କ ପାଇଁ ମଣ୍ଡି ସୁନିଶ୍ଚିତ କରିବା ଓ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିଶତଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ । ଦେଶର ଅର୍ଥନୀତି କୃଷି ଉପରେ ନିର୍ଭର କରୁଥିବା ଓ ଦେଶର ୬୦ ପ୍ରତିଶତ ରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରୁଥିବାରୁ ସେମାନଙ୍କ ସ୍ୱାର୍ଥ ରକ୍ଷା କରିବା ସରକାରଙ୍କ କର୍ତବ୍ୟ ବୋଲି ମତ ପ୍ରକାଶ ପାଇଥିଲା । ଏଥି ସହିତ ସମସ୍ତ ତୈଳଯାତ ଫସଲ ଓ ପନି ପରିବାର ର ସଂଗ୍ରହିକରଣ ପାଇଁ ରାଜ୍ୟରେ ଅଧିକ ସଂଖ୍ୟାରେ ଶରତଳିକରଣ କେନ୍ଦ୍ର ଖୋଲିବା , କୃଷି କ୍ଷେତ୍ରରେ ବିଦ୍ୟୂତ ବିଲ ଛାଡ଼ କରିବା ସହିତ ପ୍ରତ୍ୟେକ ପନି ପରିବା ଫସଲକୁ ସରକାର ମଣ୍ଡି ମାଧ୍ୟମରେ କୃଷକଙ୍କ ଠାରୁ ସଂଗ୍ରହ କରି ତାହାର ବିକ୍ରୟ ନିମନ୍ତେ ସରକାର ବ୍ୟବସ୍ଥା କରିବା ପାଇଁ ସେମାନେ ଦାବି ରଖିଥିଲେ । ଏହି ରୋଳରୋକୋ ଆନ୍ଦୋଳନ ମଧ୍ୟାହ୍ନରୁ ଆରମ୍ଭଭ ହୋଇ ଅପରାହ୍ନରେ ଶେଷ ହୋଇଥିଲାବେଳେ ସଂଗଠନର ରାଜଜ୍ୟ ସମ୍ପାଦକ ରଶ୍ମିରଂଜନ ସ୍ୱାଇଁ, ଜିଲା ସମ୍ପାଦକ ଦେବୀ ପ୍ରସାଦ ମହାରଣା, ଦୂର୍ଗାଚରଣ ସ୍ୱାଇଁ, ଅଶୋକ କୁମାର ସ୍ୱାଇର୍, ଶରତ ମହାପାତ୍ର, ଘନଶ୍ୟାମ ମହାନ୍ତି, ନିତ୍ୟାନନ୍ଦ ପାତ୍ର, ବୈରାଗୀ ଚରଣ ସାହୁ, ଦେବଦତ ସାହୁ, ନିତ୍ୟାନନ୍ଦ ପଣ୍ଡା,ନିଗମାନନ୍ଦ ସାହୁ,ପ୍ରମୋଦ ଦାସ, ବରଦା ପ୍ରସନ୍ନ ଜେନା,ଚନ୍ଦ୍ରଶେଖର ରାଉତ, ସ୍ନୋହାଂଶୁ ଜେନା,ରାଜେସ ରାଉତ, ହୃଷିକେଶ ଦାସ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିବାବେଳେ ତିର୍ତୋଲ ଥାନା ପୋଲିସ ସମେତ ଏସଡ଼ିପିଓ ଦୀପକ ରଂଜନ ଜେନା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର