ପାରାଦ୍ୱୀପ ୧୮/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥରେ ଭୁତମୁଣ୍ଡାଇ ନିକଟସ୍ଥ ଜଗତି ଛକରେ ଏକ ଦୁର୍ଘଟଣା ଘଟି ଯୁବକର ମୃତୁ୍ୟ ହୋଇଛି । ଖବରରୁ ପ୍ରକାଶ ଅପରାହ୍ନରେ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଟ୍ରକ ଜଗତି ଛକ ନିକଟରେ ଏକ ବାଇକ୍ ସହ ମୁହାଁ ମୁହିଁ ଧକ୍କା ଦେବା ଫଳରେ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଛି । ତେବେ ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି । ମୃତ ଯୁବକ ଜଣକ ସ୍ଥାନୀୟ ଜଗତି ଗ୍ରାମର ଟୁଟୁ ସ୍ୱାଇଁ(୨୮) ବୋଲି ଜଣାପଡିଛି । ଗ୍ରାମବାସୀଙ୍କ ପକ୍ଷରୁ ଜଗତି ଛକରେ କ୍ଷତି ପୂରଣ ଦାବିରେ ଟାୟାର ଜାଳି ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏହି ଘଟଣାର ଖବର ପାଇ ପାରାଦୀପ ଲକ୍ ଥାନା ପୋଲିସ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରୁଛି । ଓଡ଼ିଶା ସମାଚାର