Thursday , March 23 2023
Home / ବିଶେଷ / ଜଗନ୍ନିବାସ ସେବାଶ୍ରମ ପକ୍ଷରୁ ମାଘ ସପ୍ତମୀ ବୁଡ଼ ଅନୁଷ୍ଠିତ 

ଜଗନ୍ନିବାସ ସେବାଶ୍ରମ ପକ୍ଷରୁ ମାଘ ସପ୍ତମୀ ବୁଡ଼ ଅନୁଷ୍ଠିତ 

ରଘୁନାଥପୁର, ୧୮/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଏରଡ଼ଙ୍ଗା ପଂଚାୟତ ପାଣ୍ଡରା (ବ୍ରାହ୍ମଣବାଡ଼ି) ନିକଟ ହଂସୁଆ ନଦୀ କୂଳରେ ଥିବା ଜମୁନା ଘାଟ କଦମ୍ବ ମୂଳ ଠାରେ ଜଗନ୍ନିବାସ ସେବା ଶ୍ରମ ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ମାଘ ସପ୍ତମୀ ବୁଡ଼ ଅନୁଷ୍ଠିତ ହୋଇ ଯାଇଛି । ଆଶ୍ରମର ପ୍ରତିଷ୍ଠାତା ଦିବ୍ୟାନନ୍ଦ ଦାସ ମହାରାଜ ଙ୍କ ତତ୍ୱାବଧାନରେ ସ୍ତାନୀୟ ଗ୍ରାମବାସୀଙ୍କ ସହଯୋଗରେ ୩ ଦିନ ବ୍ୟାପି ଚାଲିଥିବା ଏହି ଉତ୍ସବରେ ଗୀତା ଯଜ୍ଞ, ଗଙ୍ଗା ଯଜ୍ଞ, ନାମ ଯଜ୍ଞ, ନଗର ସଂକୀର୍ତନ ସହିତ କବି ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ବିଧି ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ଦିବା ରାତ୍ର ସାଧୁ ସନ୍ଥ ସମ୍ମିଳନୀ ସହିତ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ କବି ସମ୍ମିଳନୀରେ ବିଶିଷ୍ଟ କବି ଗୋଲକ ପଲେଇ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ପରମାନନ୍ଦ ମିଶ୍ର ଉପସ୍ଥିତ ଥିଲେ । ଡ଼ ସୁଧାକର ଦାସଙ୍କ ରଚିତ ସାହିତ୍ୟରେ ଦୁର ଦୃଷ୍ଟି ଆଲୋଚନାର ବିଷୟ ବସ୍ତୁ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ପ୍ରଧ୍ୟାପିକା ଡ଼ ବିଷ୍ଣୁପ୍ରିୟା ଦାସ, ସମ୍ମାନୀତ ଅତିଥି ଭାବେ ଭ୍ରମର ବର ସତପଥି, ପଦ୍ମାବତୀ ମିଶ୍ର, ଶେଷଦେବ ଛୋଟରାୟ, ଗଣେଷ ମହାନ୍ତି , ପରମାନନ୍ଦ ମିଶ୍ର, ଅଶୋକ କୁମାର ଲେଙ୍କା,ଜ୍ୟୋତି ରଂଜନ ପରିଡ଼ା, ଝୁଲରାମ ଦାସ, ମନୋଜ ଦାସ, କାଂଚନବାଳା ସ୍ୱାଇଁ, ଗୌରାଙ୍ଗ ଚରଣ ଦାସ ପ୍ରମୁଖ ଯୋଗଦେଇ କବିତା ଆବୃତି କରିଥିଲେ । ଶେଷରେ ପ୍ରଧ୍ୟାପକ ରମା ରଂଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.