ଜଳେଶ୍ୱର ୧୮/୦୨/୨୦୨୧ (ଓଡ଼ିଶା ସମାଚାର)- ୬୦ ନମ୍ବର ଜାତୀୟ ରାଜପଥ ର ବସ୍ତା ଥାନା ଅନ୍ତର୍ଗତ ଗାନ୍ଧି ଛକରେ ଏକ ଗୋରୁ ବୋଝେଇ କଂଟେନର ଓ ଏକ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିବା ଫଳରେ କଂଟେନର ଉପରେ ବସିଥିବା ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଛି । ଏଥି ସହିତ କିଛି ଲୋକ ଟ୍ରକ ତଳେ ଚାପି ହୋଇ ରହିଯାଇଥିବା ଆଶଙ୍କା କରାଯାଉଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଗୋରୁ ବୋଝେଇ କଂଟେନର ଓ ଏକ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଭାରସାମ୍ୟ ହରାଇ କଂଟେନରଟି ୩୦ ଫୁଟ ତଳେ ନୟନଯୋରି ମଧ୍ୟକୁ ଖସି ପଡିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୩୫ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଛି । ତେବେ ୨୮ ଟି ଗୋରୁ ମୃତ୍ୟୁ ବରଣ କରିଥିବା ଏସଡ଼ିପିଓ କହିଛନ୍ତି । ଭଦ୍ରକରୁ ପଶ୍ଚିମବଙ୍ଗ ବେଆଇନଭାବେ ୧୦୦ ରୁ ଅଧିକ ଗୋରୁ ଚାଲାଣ ହେଉଥିଲା । ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଗୋରୁ ନେଇଯାଉଥିବା କଂଟେନର ର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ଓଡ଼ିଶା ସମାଚାର