Monday , March 27 2023
Breaking News
Home / ତାଜା ଖବର / କୁମୁଡା ଜୟପୁର ଫାଣ୍ଡି ଅଂଚଳରେ ଘଟିଛି ଅଭାବନୀୟ ଘଟଣା

କୁମୁଡା ଜୟପୁର ଫାଣ୍ଡି ଅଂଚଳରେ ଘଟିଛି ଅଭାବନୀୟ ଘଟଣା

ମାହାଙ୍ଗା,୧୮/୦୨/୨୦୨୧(ଓଡିଶା ସମାଚାର / ଅଭୟ ଜେନା): ଆଜି ସକାଳୁ ଜନୈକା ମହିଳାଙ୍କ ମୃତଦେହ ଉଦ୍ଧାର ପରେ ନାନାକଥା ଶୁଣିବାକୁ ମିଳୁଛି । ସାଧାରଣରେ ଏହା ଏକ ହତ୍ୟା କାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ତେବେ ପରିବାର ପକ୍ଷରୁ ଫାଣ୍ଡିରେ ଏତଲା ଦିଆଯିବା ସୂଚନା ମିଳିଛି । ଭେଡା ପଞ୍ଚାୟତ ଭେଡା-ସାଲେପୁର ଗାଁ’ ପାଟନାଳୀ ଭିତରେ ଏହି ଅଜଣା ମହିଳାଙ୍କ ଶବ ପଡିଛି ବୋଲି ଖବର ମିଳିଥିଲା । ଏହି ଶବଟି ସେହି ସ୍ଥାନୀୟ ଅଂଚଳର ଜନୈକା ବିଧବା ମହିଳାଙ୍କର ବୋଲି ଚିହ୍ନଟ ହୋଇଥିଲା । ଏହି ଅସ୍ୱାଭାବିକ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ଏକୁଟିଆ ରହୁଥିବା ଏହି ମହିଳାଙ୍କୁ ହତ୍ୟାପରେ ଫିଙ୍ଗି ଦିଆଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଛି ।
ଅନ୍ନପୂର୍ଣ୍ଣା ମହାପାତ୍ର (୪୫)ନାମ୍ନୀ ଏହି ମହିଳାଙ୍କ ଦିଅର ପୋଲିସରେ ରିପୋର୍ଟ ଦେବା ପରେ ଛାନଭିନ ଆରଂଭ ହୋଇଛି । ପାଟ ନାଳ ଭିତରେ ଅନ୍ନପୂର୍ଣ୍ଣାଙ୍କ ମୃତ ଦେହ ପଡିବା ଓ ପରିପାର୍ଶ୍ଵିକ ଅବସ୍ଥାକୁ ନେଇ ଏହି ମୃତ୍ୟୁ ପଛରେ ଅନେକ ରହସ୍ୟ ଲୁଚିଥିବା ତଦନ୍ତ ହେଲେ ସ୍ପଷ୍ଟ ହୋଇଯିବ ।

ଅଳ୍ପଦିନ ତଳେ ଏହି ମହିଳାଙ୍କ ସ୍ୱାମୀ ଦୁର୍ଘଟଣାରେ ମୃତୁ୍ୟ ବରଣ କରିବା ପରଠୁ ସେ ପରିବାର ଠାରୁ ଏକୁଟିଆ ରହୁଥିଲେ ମହିଳା । ଘଟଣାସ୍ଥଳୀରେ ପୋଲିସ ପହଂଚି ଅନୁସନ୍ଧାନ ଆରମ୍ଭ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.