Thursday , March 23 2023
Home / ବିଶେଷ / କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା 

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା 

ଗରଦପୁର, ୧୮/୦୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ପଂଚାୟତର ଶୀତଳବାଡ଼ ଗ୍ରାମର ମା ଗଜଲକ୍ଷ୍ମୀ ଟ୍ରଷ୍ଟ ତରଫରୁ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତୃଣମୂଳ ସ୍ତରରେ ଯେଉଁମାନେ କରୋନା ମହାମାରୀ ସମୟରେ ଦୃଢ଼ ସାହସିକତା ଦେଖାଇ କରୋନା ସହ ଲଢ଼ିଥିଲେ ସେମାନଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ପାଖଡ଼ ପଂଚାୟତର ସରପଂଚ ଗୌରାଙ୍ଗ ଚରଣ ପରିଡ଼ା ଙ୍କ ସମେତ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା , ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀ ମାନଙ୍କୁ ଉପଢ଼ୌକନ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.