Saturday , April 1 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଇଫକୋକୁ ଶ୍ରେଷ୍ଠ ଉତ୍ପାଦନକାରୀ ସଂସ୍ଥା ୨୦୨୦ ସମ୍ମାନ

ଇଫକୋକୁ ଶ୍ରେଷ୍ଠ ଉତ୍ପାଦନକାରୀ ସଂସ୍ଥା ୨୦୨୦ ସମ୍ମାନ

ପାରାଦ୍ୱୀପ ୧୮/୦୨/୨୦୨୧ (ଓଡ଼ିଶା ସମାଚାର)- ଇଫକୋକୁ ଶ୍ରେଷ୍ଠ ଉତ୍ପାଦନକାରୀ ସଂସ୍ଥା ୨୦୨୦ ସମ୍ମାନ ମିଳିଛି । ଏହି ଅବସରରେ ପ୍ରଡକ୍ୱିଲିଟି କାଉନସିଲ୍ ପକ୍ଷରୁ ବୁଧବାର ସଂନ୍ଧ୍ୟାରେ ଭୁବନେଶ୍ୱର ଠାରେ ଆୟୋଜିତ ଉତ୍ସବରେ ପୁରସ୍କୃତ କରାଯାଇଛି । ରାଜସ୍ୱ ବିପର୍ଯ୍ୟୟରେ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଠାରୁ ପାରାଦୀପ ଇଫକୋ ୟୁନିଟ୍ ର ଯୁଗ୍ମ ପ୍ରବନ୍ଧକ ଆର.କେ.ପାଣ୍ଡେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପୂର୍ବରୁ ଶକ୍ତି ସଂଚୟ, ସୁରକ୍ଷା ପରିବେଶ ଓ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ କାର୍ଯ୍ୟ କରି ଇଫକୋ ବହୁ ପୁରସ୍କାର ପାଇଥିବା ଜଣାପଡିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.