Sunday , April 2 2023
Breaking News
Home / ତାଜା ଖବର / ଆତ୍ମାହୂତି ଉଦ୍ୟମ କରି ମହିଳା ଗିରଫ

ଆତ୍ମାହୂତି ଉଦ୍ୟମ କରି ମହିଳା ଗିରଫ

ଭୁବନେଶ୍ୱର, ୧୮/୦୨/୨୦୨୧ (ଓଡ଼ିଶା ସମାଚାର)- ଆଜି ଜୟଦେବସଦନ ନିକଟରେ ଜଣେ ମହିଳା ଆତ୍ମାହୂତି ପାଇଁ ଉଦ୍ୟମ କରିଥିଲେ । ପୋଲିସ ସମ୍ପୃକ୍ତ ମହିଳାଙ୍କୁ କାବୁ କରିନେଇଥିଲେ । ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ଜିଲା ଅଧିନସ୍ଥ କୁଜଂଗ ଅଂଚଳର ସେହି ମହିଳା ତାଙ୍କ ପୁଅ ର ହତ୍ୟା ଘଟଣାକୁ ପୋଲିସ ଚପାଇ ଦେଇଥିବା ଅଭିଯୋଗ କରି ସେ ଆତ୍ମାହୂତି ପାଇଁ ଉଦ୍ୟମ କରିଥିଲେ । ଡ଼ିସିପି କହିଛନ୍ତି ଗତକାଲି ଠାରୁ ୨ ଦିନ ମଧ୍ୟରେ ଆତ୍ମାହୂତି ଉଦ୍ୟମ ଓ ତାଙ୍କୁ ଉତ୍ସାହିତ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.