ରଘୁନାଥପୁର, ୧୮/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତ ଖଣ୍ଡତରି ଗ୍ରାମର ଅବସରପ୍ରାପ୍ତ ପୋଲିସ ଏସଆଇ ଶ୍ରୀଧର ପରିଡ଼ାଙ୍କ ୬୭ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି । ଗତ ମଙ୍ଗଳବାର ରାତି ୩.୪୦ ରେ ସେ ଶୋଇଥିବାବେଳେ ହଠାତ ହୃଦଘାତର ଶିକାର ହୋଇ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଖବର ପ୍ରସାରିତ ହେବା ପରେ ଚାରିଆଡ଼େ ଶୋକର ବାତାବରଣ ଖେଳି ଯାଇଥିଲା । ସେ ତାଙ୍କ ଜୀବନ କାଳ ମଧ୍ୟରେ ବିଭିନ୍ନ ଜିଲାରେ ଚାକିରୀ କରି ଜଗତସିଂହପୁର ଜିଲାରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ପଂଚାୟତର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖି ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଭାଇ , ପୁଅ , ପୁତୁରା, ନାତି, ନାତୁଣୀ , ପରିବାର ପରିଜନ ଉପସ୍ଥିତ ଥିଲେ । ମର ଶରୀରକୁ ଏକ ଶୋଭାଯାତ୍ରାରେ ପରିକ୍ରମା କରାଯାଇ ଗ୍ରାମ୍ୟ ସ୍ମଶାନରେ ଶବ ଦାହ କରାଯାଇଥିଲା । ବଡ଼ ପୁଅ ଉମେଶ ଚନ୍ଦ୍ର ପରିଡ଼ା ମୁଖାଗ୍ନୀ ଦେଇଥିବାବେଳେ ସରପଂଚ ସରୋଜ କୁମାର ଦାସ, ଜିଲା ଯୁବ ବିଜେଡ଼ି ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ବିଚିତ୍ରାନନ୍ଦ ସ୍ୱାଇଁ, ଅଭୟ ସାମନ୍ତରାୟ, ପର୍ଶୁରାମ ବରାଳ,ମୁରଲୀଧର ଦାସ, ତପନ ସାମଲ,ଗୌରୀ ଶଙ୍କର ସ୍ୱାଇଁ, ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର
Check Also
ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା
ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …