Tuesday , March 21 2023
Breaking News
Home / ତାଜା ଖବର / ୧୮୫ ଗ୍ରାମ୍ ବ୍ରାଉନସୁଗାର ଜବତ , ଜଣେ ମହିଳା ଗିରଫ

୧୮୫ ଗ୍ରାମ୍ ବ୍ରାଉନସୁଗାର ଜବତ , ଜଣେ ମହିଳା ଗିରଫ

ଭୁବନେଶ୍ୱର, ୧୭/୦୨/୨୦୨୧ (ଓଡ଼ିଶା ସମାଚାର)- ରାଜଧାନୀ ଅଂଚଳରୁ ପୁଣି (ଧଳା ଜହର ) ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ମହିଳା ଙ୍କୁ ଗିରଫ କରାଯାଇଛି । ଗିରଫ ମହିଳାଙ୍କ ନିକଟରୁ ୧୮୫ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ମିଣôବା ସୂଚନା ଅନୁସାରେ ଭୁବନେଶ୍ବର ଉପକଂଠ ପଳାଶୁଣୀର ମଦ ବେପାରୀ ହାଡିଆ ଘରୁ ଏହି ବ୍ରାଉନସୁଗାର ଜବତ ହୋଇଛି । ହାଡିଆଙ୍କ ଘରେ ରହି ପ୍ରମିଳା ପ୍ରଧାନ (୫୨)ନାମକ ସଂପୃକ୍ତ ମହିଳା ଜଣକ ବ୍ରାଉନସୁଗାର ବେପାର କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ବର ଅବକାରୀ ବିଭାଗ ହାଡିଆଙ୍କ ଗରେ ଚଢାଉ କରିଥିଲା । ଚଢାଉ ବେଳେ ୧୮୫ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିଲା । ବ୍ରାଉନସୁଗାର ସହ ଜଣେ ମହିଳାଙ୍କ ମଧ୍ୟ ଗିରଫ କରାଯାଇଛି । ତାଙ୍କଠାରୁ ୧୧ହଜାର ୭ ଶହ ୯୦ ଟଙ୍କା ମଧ୍ୟ ଜବତ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.