Sunday , April 2 2023
Breaking News
Home / ଶିକ୍ଷା / ସାଲେପୁର ହାଇସ୍କୁଲ ଜମିମାପ କରାଯିବାକୁ ତହସିଲଦାର ଙ୍କ ପ୍ରତିଶ୍ରୁତି

ସାଲେପୁର ହାଇସ୍କୁଲ ଜମିମାପ କରାଯିବାକୁ ତହସିଲଦାର ଙ୍କ ପ୍ରତିଶ୍ରୁତି

ସାଲେପୁର,୧୭/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସର୍ବପୁରାତନ  ସାଲେପୁର ହାଇସ୍କୁଲ ର ଚତୁପାର୍ଶ୍ୱରେ ରହିଥିବା ଜମିକୁ ଜବରଦଖଲ କାରୀମାନେ ଦିର୍ଘଦିନ ହେବ ମାଡିବସିଥିବା ନେଇ ସ୍ଥାନିୟ ଜନସାଧାରଣ,ବୁଦ୍ଧିଜିବି ,ପୁରାତନ ଛାତ୍ର ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ଏହି ଜମିକୁ ଜବରଦଖଲ ମୁକ୍ତ କରିବା ସହ ଉକ୍ତ ମୂଲ୍ୟବାନ ଜମିକୁ ତୁରନ୍ତ ମାପ କରିବାକୁ ତହସିଲଦାର ଙ୍କ ଠାରେ ଆବେଦନ କରାଯାଇଥିଲା। ଏଥିରେ ଟାଳ ଟୁଳ ନୀତି ଅବଲମ୍ବନ କରାଯିବାରୁ  ଏହା ର ପ୍ରତିବାଦରେ ଗଣଧାରଣା ଦିଆଯିବାକୁ ନିଷ୍ପତି ନିଆଯାଇଥିଲା। ମାତ୍ର ତହାସିଲଦାର ଦିବ୍ୟଜ୍ୟୋତି ଦେଓ ହାଇସ୍କୁଲ କୁ ଆସି ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ ଏବଂ ପୁରାତନ ଛାତ୍ରସଂଘ କର୍ମକର୍ତ୍ତା ଙ୍କୁ  ଭେଟି ଆଗାମୀ ୨୩ତାରିଖରେ ଜମି ମାପ କରାଯିବ ବୋଲି ପ୍ରତିଶୃତି ଦେବାରୁ ୧୮ତାରିଖରେ ହେବାକୁ ଥିବାଧାରଣା କୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.