Sunday , April 2 2023
Breaking News
Home / ଶିକ୍ଷା / ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀ ସଡ଼କ ସୁରକ୍ଷା ବିଷୟରେ ସତେନତା ସୃଷ୍ଟି କରିଲେ

ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀ ସଡ଼କ ସୁରକ୍ଷା ବିଷୟରେ ସତେନତା ସୃଷ୍ଟି କରିଲେ

ନିରାକାରପୁର, ୧୭/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା କମାଗୁରୁସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ସ୍କୁଲ ତରଫରୁ ଆଜି ସଡ଼କ ସୁରକ୍ଷା ମାସର ଶେଷ ଦିନରେ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ମନୋରଞ୍ଜନ ମହାନ୍ତି ପତାକା ଦେଖାଇ ଉଦଘାଟନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ଶେଭାଯାତ୍ରାରେ ପ୍ଲାକାର୍ଡ଼ ଧରି ଗ୍ରାମ ପରିକ୍ରମା କରି ବିଭିନ୍ନ ସଚେତନାତ୍ମକ ସ୍ଲୋଗାନମାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ଼. ରେଣୁବାଳା ସାମନ୍ତରାୟ, ଅଧ୍ୟାପିକା ସ୍ୱେଦେସ୍ନା ସାମନ୍ତରାୟ, ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର, ସମୀର ରାଉରାୟ, ରତ୍ନାକର ମହାପାତ୍ର, ଚିତରଞ୍ଜନ ସାହୁ, ଅଭିରାମ ପଣ୍ଡା, ଆଦିକାନ୍ତ ପ୍ରଧାନ ଓ ମନମୋହନ ନାୟକ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.