ରଘୁନାଥପୁର, ୧୭/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେ ଆଜି ୧୧୧ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ସେମାନଙ୍କ ମଧ୍ୟରେ ରାଜସ୍ୱ କର୍ମଚାରୀ, ପୋଲିସ୍, ଅଗ୍ନିଶମ ବିଭାଗ, ତହସିଲ, ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ଓ ସରପଂଚ, ସମିତି ସଭ୍ୟମାନେ ଏହି କୋଭିଡ୍ ଟିକା ନେଇଛନ୍ତି । ସେମାନଙ୍କ ମଧ୍ୟରେ ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକ, ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ, ଏବିଡିଓ ଅଶୋକ କୁମାର ମହାନ୍ତି, ତହସିଲଦାର ରୂପାଲିକା ଦାଶ, ଯନ୍ତ୍ରୀ, ସରପଂଚ ସର୍ମିଷ୍ଠା ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟା ଡେଜାଲିନ୍ ମହାପାତ୍ର ପ୍ରମୁଖ ଟୀକା ନେଇଥିଲେ । ଏହି ଟିକାଦାନ କାର୍ଯ୍ୟକ୍ରମକୁ କୋଭିଡ୍ ଅଫିସ୍ର ଡା ପ୍ରଭାସ ଚନ୍ଦ୍ର ସ୍ୱାଇଁ, ଏଲ୍.ଏଚ୍.ଭି. ସୁଶାନ୍ତି ସ୍ୱାଇଁ, ଫାର୍ମାସିଷ୍ଟ ଜଗନ୍ନାଥ ତ୍ରିପାଠୀ, ବିଶ୍ୱଜିତ୍ ଦାସ, ଯୁଗଳକିଶୋର ନାୟକ, କଳ୍ପନା ଦଳେଇ, ମନୋରଞ୍ଜନ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର