କଟକ, ୧୭/୦୨/୨୦୨୧ (ଓଡ଼ିଶା ସମାଚାର)- କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ “ସାରସ୍ୱତ ପ୍ରତିଭା ସମ୍ମାନ ମହୋତ୍ସବ – ୨୦୨୧” ସଦର ବ୍ଲକ ଵୟାଳିଶମୌଜା ଉପକଣ୍ଠ କୂଳସରିଚୁଆଁ ପଂଚାୟତର ଚାନ୍ଦୁଲି ସ୍ଥିତ ଐତିହାସିକ ବଳିବାମନପୀଠରେ କଳା,ସାହିତ୍ୟ, ସଂକୃତି,ଇତିହାସର ଜୟଗାନ କରୁଥିବା ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ, କଳାବିହାର, କନ୍ଦରପୁର ପରିଚାଳନାରେ ଅନୁଷ୍ଠିତହୋଇ ପ୍ରଥମେ ପଲୱାମା ଆକ୍ରମଣରେ ପ୍ରାଣ ହରାଇଥିବା ସହୀଦ ମାନଙ୍କୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ, ସାହିତ୍ୟସଭା, ଆଲୋଚନା ଚକ୍ର, ପତ୍ର ପତ୍ରିକା ଉନ୍ମୋଚନ, ୧୫୦ ଜଣ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ମେଧା ଛାତ୍ରଛାତ୍ରୀ, ସାମ୍ବାଦିକ, କବି, ସାହିତ୍ୟ ସାଧକ, ସମାଜସେବୀ, ସାମାଜିକ ସଂଗଠନ, ସଂକୀର୍ତ୍ତନ ମଣ୍ଡଳୀ, ରକ୍ତଦାତା, କୃଷକ,କୃଷି ବିଜ୍ଞାନୀ, ସ୍ୱାସ୍ଥ୍ୟକର୍ମୀ, କୃତି ଶିକ୍ଷକ,ଦକ୍ଷଯନ୍ତ୍ରୀ, କରୋନା ଯୋଦ୍ଧା ଆଦିକୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ମହାପର୍ବରେ ସମ୍ମାନୀତ ବରେଣ୍ୟ ଅତିଥିଭାବେ ନିଷ୍କର୍ଷ ମିଡିଆର କଟକ ଜିଲ୍ଲା ମୁଖ୍ୟ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ, ପ୍ରମେୟ ନିଉଜ ୭ ବରିଷ୍ଠ ପ୍ରଯୋଜକ ସାହିତ୍ୟିକ ସମରେନ୍ଦ୍ର ବଳିଆରସିଂହ, ଓଟିଭିର ବିଶିଷ୍ଟ ସାମ୍ବାଦିକ ସୁଵକ୍ତା ଲଷ୍ମୀକାନ୍ତ ବାଗ, ଅଗାମୀ ଓଡ଼ିଶାର ସଭାପତି ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ଆୱାଜ ମିଡିଆର ମୁଖ୍ୟ ପରିଚାଳକ ସାମ୍ବାଦିକ ସତ୍ୟବ୍ରତ ଦାଶ, ଓଡ଼ିଶା ଭାସ୍କରର ସହସମ୍ପାଦିକା ରୂପାଲି ମହାପାତ୍ର, ନାଟ୍ୟକାର ଅଶୋକ ପଟ୍ଟନାୟକ, ନାରୀନେତ୍ରୀ ପ୍ରତିଭା ଶତପଥୀ, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ଗୁରୁଶ୍ରେଷ୍ଠ ମହେଶ୍ୱର ବେହେରା,କବି ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକନେତା ଚକ୍ରବର୍ତ୍ତୀ ଓତା,ଦୈତାରି ପ୍ରଧାନ,ପ୍ରଲବ୍ୟ ମହାପାତ୍ର, ବାବା ବାବୁ,ସନ୍ତ ବାବୁ,ଇଂ.ଅମୀୟ ରଂଜନ ପଟ୍ଟନାୟକ,କରୋନା ଯୋଦ୍ଧା ଅଭିରାମ ସାହୁ,ସ୍ୱାସ୍ଥ୍ୟକର୍ମୀ ସଂଧ୍ୟାରଣୀ ଦାଶ,ଅଜୟ ଦାସ,ଶ୍ରୀଧର ସ୍ୱାଇଁ, ହୀରା ଭାଇ,ରଞ୍ଜନ ଜେନା, ମନୋରଞ୍ଜନ ସାହୁ, ପପିନା ବେହେରା, ସତ୍ୟବ୍ରତ ଭୋଇ, ବିଚିତ୍ରାନନ୍ଦ ଭୋଇ, ଇଂ.ବିଶ୍ୱଜିତ ସାହୁ, ଅର୍ପିତା ରାଉତ, ପ୍ରିୟାଂଶି ସାହୁ, ରେସ୍ମା ରାଉତ, ସୁଇଟି ଭୋଇ,ବୈଶାଖୀ ସାହୁ, ସୁହାନି ସାହୁ ଏବଂ ପରିଷଦ ପକ୍ଷରୁ ଆଜୀବନ ସଦସ୍ୟ ଲଷ୍ମୀଧର ଜେନା,ବିଜୟ କୁମାର ନାୟକ,ସୁଦର୍ଶନ ଜେନା, ଶରତ କୁମାର ସ୍ୱାଇଁ ଆଦି ବହୁ କାର୍ଯ୍ୟକର୍ତା ଉପସ୍ଥିତଥିଲେ । ଅଗାମୀ ଦିନମାନଙ୍କରେ ପରିଷଦ ପକ୍ଷରୁ ଅନନ୍ୟ ସେଵା କାର୍ଯ୍ୟକ୍ରମ, ପୂଜ୍ୟପୂଜା ଜାରି ରଖିବାକୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି । ଓଡିଶା ସମାଚାର