• ଗତ ୩ ମାସରେ ଇନୋଭେଟିଭ୍ ଏବଂ ଭେଂଚର ପ୍ରୋଗ୍ରାମ ବେଦାନ୍ତ ସ୍ପାର୍କ ବିଶ୍ୱବ୍ୟାପୀ ୧୧୯୦ ଏଂଟ୍ରି ଗ୍ରହଣ କରିଛି ।
• ବିଶ୍ୱର ୧୯ଟି ଦେଶରୁ ଏଂଟ୍ରି ଗ୍ରହଣ କରାଯାଇଛି ।
• ଗ୍ଲୋବାଲ ପ୍ରୋଗ୍ରାମ୍ ୧୬ଟି ସୁଯୋଗକୁ କଭର କରୁଥିବାବେଳେ ୭୫ ଇନୋଭେଶନ ଚ୍ୟାଲେଞ୍ଜ୍କୁ ଗ୍ରହଣ କରିଛି ।
• ସସ୍ଷ୍ଟେନବିଲିଟି ଏବଂ ଇଏସ୍ଜି, ବିଜ୍ନେସ୍ ଏକ୍ସଲେନ୍ସ୍, ଏକ୍ସପ୍ଲୋରେଶନ ଏବଂ ମାଇନିଂ କ୍ଷେତ୍ରକୁ ଗୁରୁତ୍ୱ ।
• ଏହାର ପ୍ରୋଗ୍ରାମ୍ ଅଂଶୀଦାର ଫୋର୍ଗ(ଷ୍ଟାଟେର୍ଜିକ୍ ପାର୍ଟନର ଇନକୁ୍ୟବିଟର, ଯାହାକି କର୍ପୋରେଟ ଇନୋଭେଶନ ଷ୍ଟାର୍ଟଅପ୍ ସେବାକୁ ପରିଚାଳନା କରିବ । ଏହା ପ୍ରତିରକ୍ଷା ବିଭାଗ ଏବଂ ନୀତି ଆୟୋଗ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି ।
ଭୁବନେଶ୍ୱର,୧୭ ଫେବୃଆରୀ,୨୦୨୧(ଓଡ଼ିଶା ସମାଚାର): ବେଦାନ୍ତ ଗ୍ରୁପ୍ ପକ୍ଷରୁ ଏହାର ଗ୍ଲୋବାଲ କର୍ପୋରେଟ ଇନୋଭେଶନ ଏବଂ ଭେଂଚର ବେଦାନ୍ତ ସ୍ପାର୍କର ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି । ଗତ ୩ ମାସ ମଧ୍ୟରେ ଏହାକୁ ବିଶ୍ୱସ୍ତରରେ ୧୧୯୦ ଏଂଟ୍ରି ମିଳିଛି । ଏହା ୨୦୨୦ ଅକ୍ଟେବାର ୩୦ରେ ଶୁଭାରମ୍ଭ କରାଯାଇଥିଲା (www.vedantaspark.com) । ଟେକ୍ ବିକାଶ ଲକ୍ଷ୍ୟ ରଖି ଏହାର ଆରମ୍ଭ ହୋଇଥିଲା । ଅପରେଶନ ଶ୍ରେଷ୍ଠତ୍ୱ କ୍ଷେତ୍ରରେ ଷ୍ଟାଟେଜିକ୍ ଲକ୍ଷ୍ୟ ହାସଲ, ନୂତନ ଉପôାଦ ବିକାଶ ଏବଂ ୩୬୦ ଡିଗ୍ରୀ ସସ୍ଷ୍ଟେନ୍ବିଲିଟି ହାସଲ କରିବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଆତ୍ମନିର୍ଭର ଭାରତ ଗଠନକୁ ରୁଦ୍ଧିମନ୍ତ କରାଇବାକୁ ସକ୍ଷମ ହୋଇଛି ।
କମ୍ପାନୀକୁ ୟୁକେ, ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ସିଙ୍ଗାପୁର ସମେତ ୧୯ଟି ଦେଶରୁ ଏଂଟ୍ରି ମିଳିଛି । ୧୧୯୦ ଏଂଟି୍ର ମଧ୍ୟରୁ ଭାରତୀୟ ଷ୍ଟାର୍ଟ ଅପ୍ ଙ୍କ ସଂଖ୍ୟା ୮୮୨ ରହିଛି ।
ବେଦାନ୍ତ ପକ୍ଷରୁ ଜ୍ଞାନକୌଶଳର ବିକାଶ ଦ୍ୱାରା ଇନୋଭେଶନକୁୂ ରୁଦ୍ଧିମନ୍ତ କରି ଭାରତର ଯୁବ ଉଦ୍ୟୋଗୀମାନଙ୍କ ପାଇଁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ବେଦାନ୍ତ ସ୍ପାର୍କ ପ୍ରୋଗ୍ରାମ୍ ଉପରେ ଗୁରୁତ୍ୱାରୋପ କରାଯାଉଛି ।
ଏହି ଅବସରରେ ବେଦାନ୍ତ ସ୍ପାର୍କର ଆଙ୍କର ତଥା ଡିଜିଟାଲ ଆଲକେମିଷ୍ଟ୍ ଶ୍ରୀ ଆକର୍ଷ ହେବାର କହିଲେ, ଏହାଦ୍ୱାରା ଆମେ ଗ୍ଲୋବାଲ ଷ୍ଟାର୍ଟଅପ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ସହିତ ସେମାନଙ୍କର ସଶକ୍ତି କରଣ ପାଇଁ କାର୍ଯ୍ୟ କରିବୁ । ଯୋଜନାବଦ୍ଧ ଭାବେ ହୋଇଥିବା ଏହି ଅଂଶୀଦାର ରଣନୀତି ଯୋଗୁ ଷ୍ଟାର୍ଟଅପ୍ ଗୁଡ଼ିକ ବିଶେଷ ଉପକୃତ ହୋଇ ଶିଳ୍ପ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚିତି ହାସଲ କରିବାକୁ ସକ୍ଷମ ହୋଇପାରିବେ । ଏହା ସହିତ ବ୍ୟବସାୟିକ କ୍ଷେତ୍ରରେ ଦୀର୍ଘସ୍ଥାୟୀ ସମାଧାନ ସମ୍ଭବ ହୋଇପାରିବ ।
ଏହି ଅବସରରେ ଅଟଳ ଇନୋଭେଶନ ମିଶନର, ମିଶନ ନିର୍ଦ୍ଧେଶକ ଆର୍. ରମନାନ୍ କହିଲେ, ବିଶ୍ୱର ଶକ୍ତି ଏବଂ ସମ୍ପଦ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ଭାରତୀୟ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଇନୋଭୋନ ସହିତ ଟ୍ରାନ୍ସଫରମେଶନକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ବେଦାନ୍ତ ସ୍ପାର୍କ ଦ୍ୱାରା ଉଭୟ ଘରୋଇ ଏବଂ ବିଦେଶୀ ଷ୍ଟାର୍ଟଆପ୍ ଉପକୃତ ହୋଇପାରିବେ । ଏହା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟ ପୂରଣ ହୋଇପାରିବ ।
ଏହି ଅବସରରେ ସେଫ୍ ଆଲ୍ ଇଂଟରନ୍ୟାଶନାଲ(ଆମେରିକା ଏବଂ ଅଷ୍ଟ୍ରେଲିଆ)ର ପ୍ରତିଷ୍ଠାତା ତଥା ସିଇଓ ବିଭ୍ରାଜିତ୍ ହାଲଦାର କହିଲେ, ଆମେ ବେଦାନ୍ତ ସ୍ପାର୍କ ପ୍ରୋଗ୍ରାମ୍ ନେଇ ବେଶ୍ ଉତ୍ସାହିତ । ଖଣି କ୍ଷେତ୍ରରେ ଖ୍ୟାତି ହାସଲ କରିଥିବା ବେଦାନ୍ତ ଷ୍ଟାର୍ଟଆପ୍ ଗୁଡ଼ିକୁ ସେମାନଙ୍କର ବ୍ୟବସାୟକୁ ରୁଦ୍ଧିମନ୍ତ କରିବାର ଅବସର ପ୍ରଦାନ କରିବ । ଏହାଦ୍ୱାରା ଜ୍ଞାନକୌଶଳର ବିକାଶକୁ ବ୍ୟବସାୟିକ କରାଯାଇ ପାରିବ । ଆମେ ବେଦାନ୍ତ ସହିତ ମିଳିତ ହୋଇ କାର୍ଯ୍ୟ ଜାରି ରଖିବୁ । ଏହାଦ୍ୱାରା ଯୋଜନାବଦ୍ଧ ଭାବେ ନବୀକରଣର ବିକାଶ ସମ୍ଭବ ହୋଇପାରିବ ।
ଡିଟେକ୍ଟ ଟୋକ୍ନୋଲୋଜି( ଭାରତ ଓ ଆମେରିକା)ର ପ୍ରତିଷ୍ଠାତା ତଥା ସିଇଓ ଡାନିଏଲ୍ ରାଜ୍ଙ୍କ ଅନୁସାରେ, ଅପରେଶନ୍, ସୁରକ୍ଷା, ଆସେଟ ଇଂଟିଗ୍ରେଶନ କ୍ଷେତ୍ରରେ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ ଦ୍ୱାରା ବିକାଶ ଧାରା ଜାରି ରହିବ । ବେଦାନ୍ତର ସ୍ପାର୍କ ଷ୍ଟାର୍ଟ ଅପ୍ ଗୁଡ଼ିକ ପାଇଁ ଆକର୍ଷଣୀୟ ସୁଯୋଗ ସୃଷ୍ଟି କରିବା ସହିତ ବିଭିନ୍ନ ସେକ୍ଟରରେ ଅନନ୍ୟ ବିକାଶ ଧାରା ଏହାର ପ୍ରୟୋଗ ଦ୍ୱାରା ସମ୍ପନ୍ନ କରାଯାଇପାରିବ । ଏହା ସହିତ ଶିଳ୍ପ କ୍ଷେତ୍ରରେ ଉପôାଦ ଉପରେ ଏହା ସକରାତ୍ମକ ପ୍ରଭାବ ଅନୁଭୁତ ହେବ ।
ବେଦାନ୍ତ ସହିତ ପରବର୍ତୀ ଆଲୋଚନା ପାଇଁ ୧୦୦ରୁ ଅଧିକ ଷ୍ଟାର୍ଟ ଅପ୍କୁ ଶର୍ଟଲିଷ୍ଟ୍ କରାଯାଇଛି । ଏଥିରେ ୨୦ରୁ ଅଧିକ ବିଶ୍ୱସ୍ତରୀୟ ଏବଂ ଜାତୀୟ ଅଂଶୀଦାର ବୋର୍ଡକୁ ଆସିବାର ଆଶା ରହିଛି । ବେଦାନ୍ତ ସ୍ପାର୍କର ମୁଖ୍ୟ ଅଂଶୀଦାର ଭାବେ ଷ୍ଟାର୍ଟଅପ୍ ଇଣ୍ଡିଆ, ଏଆଇଏମ୍, ଆଗନିଲ୍( ଇନଭେଷ୍ଟ ଇଣ୍ଡିଆ) ସ୍ଥାନୀତ ହୋଇଛନ୍ତି । ସେହିପରି ଗ୍ଲୋବାଲ ଅଂଶୀଦାର ଭାବେ କୋର୍ ହବ୍ ଏବଂ ୱାର୍ଲ୍ଡ ଷ୍ଟାର୍ଟଅପ୍କୁ ସାମିଲ କରାଯାଇଛି ।
ଶ୍ରେଷ୍ଠ ୨୦ ଷ୍ଟାର୍ଟ ଅପ୍କୁ ବେଦାନ୍ତର ବିଭିନ୍ନ ଏଂଟିଟି ସହିତ ମିଳିତ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିବ । ବିଶେଷଜ୍ଞ ପ୍ୟାନେଲର ମୂଲ୍ୟାଙ୍କନନ ପରେ ଏହା ସମ୍ଭବ ହେବ । ବିଶେଷଜ୍ଞ ପ୍ୟାନେଲରେ ବେଦାନ୍ତର ପେଶାଦର, ଡୋମେନ୍ ଏ୍ସପର୍ଟ, ସରକାରୀ ମନ୍ତ୍ରଣାଳୟ ଏବଂ ଶିଳ୍ପ ସଂସ୍ଥାର ଏକ୍ସଟରନାଲ ମେଂଟର ଆଦି ରହିଛନ୍ତି । ପ୍ରତିଭାଶାଳୀ ତଥା ଆଶା ଜନକ ପରିଣାମ ରହିଥିବା ଷ୍ଟାର୍ଟ ଅପ୍ ଗୁଡ଼ିକ କ୍ଷେତ୍ରରେ କମ୍ପାନୀ ୧୦୦ କୋଟି ଟଙ୍କା ନିବେଶ କରିବାର ଯୋଜନା ରଖିଛି ।
ଇନୋଭେଟିଭ୍ ଷ୍ଟାର୍ଟଅପ୍ କ୍ଷେତ୍ରରେ କାର୍ଯ୍ୟକ୍ରମର ରୋଡ୍ ମ୍ୟାପ୍ ପ୍ରସ୍ତୁତି କ୍ଷେତ୍ରରେ ବେଦାନ୍ତ ସହିତ ମିଳିତ ହୋଇ ସ୍ପିଡ୍, ମୂଲ୍ୟ, ସ୍କେଲ୍ ଏବଂ ସୁଯୋଗକୁ ପ୍ରାଥମିକତା ଦିଆଯିବ । ଏହାଦ୍ୱାରା ବେଦାନ୍ତ ଲିମିଟେଡ୍ ର ଇନୋଭେଶନ, ସ୍କେଲ ରିଚ୍, ଉତ୍ପାଦନ, ବିତରଣ, ଫାଇନାନ୍ସିଆଲ ଏବଂ କମର୍ସିଆଲ୍ କ୍ଷମତା ବୃଦ୍ଧି ପାଇପାରିବ । ଓଡ଼ିଶା ସମାଚାର