Thursday , March 23 2023
Home / ବିଶେଷ / ବୀଣାପାଣି ସାହିତ୍ୟ ସଂସଦ ଓ ଆନନ୍ଦ ମାର୍ଗ ସଂଗୀତ ବିଦ୍ୟାଳୟର ପଂଚମ ବାର୍ଷିକ ଉତ୍ସବ 

ବୀଣାପାଣି ସାହିତ୍ୟ ସଂସଦ ଓ ଆନନ୍ଦ ମାର୍ଗ ସଂଗୀତ ବିଦ୍ୟାଳୟର ପଂଚମ ବାର୍ଷିକ ଉତ୍ସବ 

ତାରପୁର,୧୭/୦୨/୨୦୨୧ (ଓଡ଼ିଶା ସମାଚାର)- ସ୍ଥାନୀୟ ଉତରକୁଳସ୍ଥିତ ଆନନ୍ଦମାର୍ଗ ଜାଗୃତି ବିଦ୍ୟାଳୟ ପରିସରରେ ବୀଣାପାଣି ସାହିତ୍ୟ ସଂସଦ ଓ ଆନନ୍ଦ ମାର୍ଗ ସଂଗୀତ ବିଦ୍ୟାଳୟର ପଂଚମ ସ୍ୱନକ୍ଷତ୍ର ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋକସେବା ଆୟୋଗ ସଚିବ ଅଶୋକ କୁମାର ଦାଶ ପୌରୋହିତ୍ୟ କରି ଈଶ୍ୱରହିଁ କେବଳ ଧରାବତରଣ କରନ୍ତି । ଏକ ନିର୍ଦ୍ଧିଷ୍ଟ କର୍ମ ସଂପାଦନ ପାଇଁ ମାତ୍ର ମଣିଷ ପାଇଁ ଏ ଧରାହିଁ ସର୍ଗ, ମର୍ତ୍ୟ ପାତାଳ ବୋଲି କହିଥିଲେ । ଏଥିରେ ଉଦ୍ଘାଟକ ଭାବେ ଗବେଷକ ସାହିତି୍ୟକ ପ୍ରଫେସର ବୈଷ୍ଣବ ଟରଣ ସାମଲ ଯୋଗଦେଇ ସର୍ବବିଧ ଅକ୍ଷମତା ଯନ୍ତ୍ରଣା, ଦୁଃଖ, ଅନ୍ୟାୟ ଓ ଉପେକ୍ଷାସହିତ ମଣିଷ ଯୁକ୍ତ ହୋଇଥାଏ । ସେ ଝୁଝେ ଜୀବନକୁ ଅସାର ହେବାକୁ ଦିଏ ନାହିଁ ତେଣୁ ସେ ସ୍ୱପ୍ନ ଦେଖେ ଆଶାକୁ ବଂଚାଇ ରଖେ  ବୋଲି କହିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଗବେଷିକା କଥା ଶିଳ୍ପୀ ସୁଲୋଚନା ଦାସ ଯୋଗଦେଇ ଆମର  ଯେ  ଯେଉଁ ସବୁ ହଜିଯାଉଥିବା ସାହିତ୍ୟ କୃତି ଡିଜିଟାଲାଇଜ କରିବା ଆବଶ୍ୟକ ରହିଛି , କିନ୍ତୁ  ମା ମାଟିକୁ ଛାଡି ସମାଜରେ କୌଣସି କଥା ଚିନ୍ତା କରାଯାଏ ପାରେନାହିଁ, କାରଣ ମା ମାଟିର ଆତ୍ମୀୟତାର ଭରି ରହିଛି ସାହିତ୍ୟର ମହକ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଗବେଷକ ଡଃ ଭୁବନାନନ୍ଦ ସାହୁ, ଗାଳ୍ପିକ ଡ. ପ୍ରକାଶ କୁମାର ପରିଡା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷାପରିଷଦର ଉପନିର୍ଦ୍ଧେଶକ ଯଶୋବନ୍ତ ସାମଲ,ଗବେଷକ ଅଧ୍ୟାପକ କମଳ ମାହୁନ୍ତ, ସାହିତ୍ୟିକ ଧରଣିଧର ପାତ୍ର, ଅନିରୁଦ୍ଧ ରାଉତ, ବଟକୃଷ୍ଣ ମହାପାତ୍ର, ମନିନ୍ଦ୍ର ଦିକ୍ଷିତ, କାଳନ୍ଦି ଚରଣ ଦାସ ପ୍ରମୁଖ  ଯୋଗଦେଇ  ଭାଷା ସାହିତ୍ୟ ଓ ସଂସ୍କୃତିର ଉନ୍ନତି ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆନନ୍ଦମାର୍ଗ ସଂଗୀତ ବିଦୟାଳୟର ଛାତ୍ରଛାତ୍ରୀମାନେ ମାଙ୍ଗଳିକ ନୃତ୍ୟ ଓ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସଂସଦର ପ୍ରତିଷ୍ଠାତ ସଦସ୍ୟ ବିଜୟିନୀ ପବ୍ଲିକେସନର ପ୍ରକାଶକ ଦିଲ୍ଲିପ କୁମାର ବେଉରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ  ଇଂ ସୁରେଶ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ଯୋଗାନ୍ଦ୍ରନାଥ ଦାସ ବିବରଣୀ ପାଠ କରିଥିଲେ । ଅଧ୍ୟକ୍ଷା ରାଜଶ୍ରୀ ବେଉରା ଓ ଶିକ୍ଷକ ସୁଶାନ୍ତ ସୁତାର ମାନପତ୍ର ପାଠ କରିଥିଲେ । ଆନନ୍ଦ ମାର୍ଗ ବିଦ୍ୟାଳୟର ସଂପାଦକ ଚିତରଞ୍ଜନ ରାଉତ, ସଦସ୍ୟ କୈଶାଲ ଚନ୍ଦ୍ର ଦାସ, ପିତାମ୍ବର ପରିଜା, ଅମିୟ ଦାସ, କେଦାରନାଥ ସ୍ୱାଇଁ, ରାଜକିଶୋର ମହାନ୍ତି, ଶ୍ରୀନିବାସ ନନ୍ଦ, କାଳନ୍ଦି ଚରଣ ଦାସ, ବଟକୃଷ୍ଣ ମହାପାତ୍ର, ଜମ୍ବେଶ୍ୱର ହେଉରା, ଲକ୍ଷ୍ମୀନାରାୟଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଆବସରରେ ସଂସଦର ମୁଖପତ୍ର ବାଗଦେବୀ ବିଭାଷକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଶେଷର ଅଧ୍ୟାପକ ଅକ୍ଷୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.