Friday , May 20 2022
Home / ବିଶେଷ / ବିଦୁ୍ୟତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଓ ଚାକିରୀ ନିରାପତା ଦାବିରେ ଅନୁଷ୍ଠିତ  ସାଧାରଣ ସଭାରେ ସାଂସଦ ସୁବାଷ ସିଂ

ବିଦୁ୍ୟତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଓ ଚାକିରୀ ନିରାପତା ଦାବିରେ ଅନୁଷ୍ଠିତ  ସାଧାରଣ ସଭାରେ ସାଂସଦ ସୁବାଷ ସିଂ

କେନ୍ଦ୍ରାପଡା, ୧୭/୦୨/୨୦୨୧ (ଓଡ଼ିଶା ସମାଚାର)- ସମସ୍ତ ବିଦୁ୍ୟତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଓ ଚାକିରୀରେ ନିରାପତା ଦାବିକରି କେନ୍ଦ୍ରାପଡାର ଛତାବଟରେ ୟୁନାଇଟେଡ ଇଲେକଟ୍ରିକ ଏମ୍ପ୍ଲୋଇଜ ୟୁନିଅନ ଓ କେନ୍ଦ୍ରାପଡା ଇଲେକଟ୍ରିସିଟି ଠିକା ଶ୍ରମିକ ସଂଘର ମିଳିତ ଆନୁକୁଲ୍ୟରେ   ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶା ବିଦୁ୍ୟତ କର୍ମଚାରୀ ମହାସଂଘର ସଭାପତି ତଥା ରାଜ୍ୟସଭା ସାଂସଦ ସୁବାଷ ସିଂ ଏବଂ କାର୍ଯ୍ୟକାରୀ ସଭାପତି ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦକ ରାଜୀବ ମହାନ୍ତି ଯୋଗଦେଇଥିଲେ । ଏହି ବୈଠକରେ ମୁଖ୍ୟତଃ ମୃତ ବିଦୁ୍ୟତ କର୍ମଚାରୀଙ୍କ ପରିବାରରୁ ଜଣକୁ ଚାକିରୀ ପ୍ରଦାନ, ଠିକା ପ୍ରଥା ଉଛେଦ, ଠିକା କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ ଓ ରେଗୁଲାର କର୍ମଚାରୀଙ୍କୁ ପଦୋନ୍ନତି ଏବଂ ସମସ୍ତ ଭତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ସଭାକାର୍ଯ୍ୟକୁ କୁମାର ଜୀତେନ୍ଦ୍ର ବିଶ୍ୱାଳ, ଶିଶିର ନାୟକ, କୃଷ୍ଣଚନ୍ଦ୍ର ମଲ୍ଲିକ, ଉମାକାନ୍ତ ସେଠୀ, ଗିରିଶ ବେହେରା, ଅସିତ ସ୍ୱାଇଁ, ସାଗର କୁମାର ଲାଲ, ସଞ୍ଜୟ ରାଉତ, ଜ୍ଞାନରଞ୍ଜନ ସାମଲ, ମାନସରଞ୍ଜନ ଦାସ, ପ୍ରଶାନ୍ତ ମଲ୍ଲିକ, ସୁକାନ୍ତ ମଲ୍ଲିକ, ପ୍ରମୋଦ ସାହୁ, ଧନୁର୍ଜୟ ମଲ୍ଲିକ, ପ୍ରଦୀପ ପଣ୍ଡା, ସାଇପ୍ରକାଶ ସାହୁ, ସାର୍ଥକ ମହାନ୍ତି, ଜ୍ଞାନରଞ୍ଜନ ରାଉତ, ଜୀବନବଲ୍ଲଭ ଆଚାର୍ଯୟ, ତାପସ ପରିଡା, ସବିନାରାୟଣ ସୁତାର, ମାନସ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …

Leave a Reply

Your email address will not be published. Required fields are marked *