ବାଲିଗୁଡା, ୧୭/୦୨/୨୦୨୧ (ଓଡ଼ିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ପୁରାତନ କଳା ଏବଂ ସାଂସ୍କୃତିକ ଅନୁଷ୍ଠାନ ପାହାଡି ତରଙ୍ଗ ଆନୁକୂଲ୍ୟରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ଏବଂ କର୍ମକର୍ତ୍ତା ମାନଙ୍କଦ୍ୱାରା ସରସ୍ବତୀ ପୂଜା ଅଗ୍ରୋଭେଦିକ କାର୍ୟ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ମା’ ସରସ୍ବତୀଙ୍କୁ ଗାୟତ୍ରୀ ମନ୍ତ୍ରରେ ଆହ୍ୱାନ କରାଯାଇଥିଲା ଏବଂ ଅନୁଷ୍ଠାନର ସଂଗୀତ ଗୁରୁ ଗୋପାଳ କୃଷ୍ଣ ନାୟକ ମା’ ସରସ୍ବତୀଙ୍କ ବନ୍ଦନା ଗାନ କରିଥିଲେ ଏବଂ ପରିଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତା ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ଓ ପ୍ରସାଦ ସେବନ କରିଥିଲେ । ଉକ୍ତ ଉତ୍ସବକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ଆଇନ ଜୀବି କୌଶିକ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଉତ୍ସବକୁ ଅନୁଷ୍ଠାନର କୋଷାଧ୍ୟକ୍ଷ ସରୋଜ କୁମାର ନାୟକ, ସହ ସମ୍ପାଦକ ବିଶ୍ୱଜିତ ସାହୁ, ପରିଚାଳନା ସମ୍ପାଦକ ଗୋପାଳ କୃଷ୍ଣ ନାୟକ, ଚରଣ ବିନ୍ଧାଣି, ଉପସଭାପତି ଦେବବ୍ରତ ସିଂ ଦେଓ ଏବଂ ମନୋରଞ୍ଜନ ରାୟ, ଉପଦେଷ୍ଟା ମିହିରକାନ୍ତ ପାଢ଼ୀ, ରାମଚନ୍ଦ୍ର ଡାକୁଆ , ଉମାଚରଣ ଡିଗାଲ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପବିତ୍ର ଉତ୍ସବକୁ ଆଗେଇବା ନିମିତ୍ତ ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ ମଧ୍ୟ ସହଯୋଗର ହାତ ବଢ଼ାଇ ଥିଲେ । ଓଡ଼ିଶା ସମାଚାର