ପାରାଦୀପ ୧୭/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ବନ୍ଦରର ବିଦୁ୍ୟତ ଉପଭୋକ୍ତାଙ୍କୁ ଦେୟ ସୁଗମ କରିବା ଉଦ୍ଧେଶ୍ୟରେ ବୁଧବାର ଏକ ମୋବାଇଲ୍ ଆପ୍ “ପିପିଟି ବିଦୁ୍ୟତ୍ ସେବା”କୁ ବନ୍ଦର ଅଧ୍ୟକ୍ଷ ବିନିତ୍ କୁମାର ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ । ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ, ପିଟିସି ଇଣ୍ଡିଆର ଇଭିପି, ବିଡି ଆଣ୍ଡ କନସଲଟାନ୍ସି ଚରଣଜିତ୍ ସିଂ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପିଟିସି ଇଣ୍ଡିଆ ଲିମିଟେଡ୍ ଏହି ପ୍ରୟାସକୁ ବିକଶିତ କରିଛି, ଯାହା ଗୁଗୁଲ ପ୍ଲେ ଷ୍ଟୋରରେ ଉପଳବ୍ଧ ଏବଂ ଏହି ଆପ୍ ବ୍ୟବହାର କରି ଗ୍ରାହକଙ୍କୁ ବିଦୁ୍ୟତ୍ ବ୍ୟବହାର, ବିଲିଂ ଓ ପେମେଂଟ ଡାଟା ସହଜରେ ମିଳିବ । ସେମାନେ ବିଦୁ୍ୟତ୍ ବିଲ୍ ଦେୟ ୨୪ଘଂଟା ଆଧାରରେ ଭରି ପାରିବେ ଏବଂ ଟୋଲ୍ ଫ୍ରି ଗ୍ରାହକ ସେବା ନମ୍ବର ଗ୍ରାହକଙ୍କ ଆବଶ୍ୟକତାକୁ ପୁରଣ କରିବ । ବିଦୁ୍ୟତ୍ ଯୋଗାଣ, ବିଲିଂ, ଦେୟ ଉପରେ ଅଭିଯୋଗ ମଧ୍ୟ ପଞ୍ଜିକୃତ ହୋଇ ପାରିବ ବୋଲି ବନ୍ଦର ସିଏମଇ ସରୋଜ କୁମାର ଦାସ ସୂଚନା ଦେଇଛନ୍ତି । ଏହି ସେବା ଦ୍ୱାରା ଉପଭୋକ୍ତା ବନ୍ଧୁତ୍ୱପୂର୍ଣ୍ଣ ପରିବେଶରୁ ପାରାଦୀପ ବନ୍ଦର ମଧ୍ୟ ବହୁ ଉପକୃତ ହୋଇପାରିବ କାରଣ ରାଜସ୍ୱ କ୍ଷେତ୍ରରେ ସ୍ୱଚ୍ଛତା ରହିବ । ବନ୍ଦର କର୍ତୃପକ୍ଷ ସମସ୍ତ ଗ୍ରାହକଙ୍କୁ ଏହି ନୂତନ ଅନଲାଇନ୍ ସେବାର ଉପଯୋଗ କରିବାକୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର