ପାରାଦୀପ ୧୭/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ଆଇରନ୍ ଓର୍ ହ୍ୟାଣ୍ଡଲିଂ ପ୍ଲାନ୍ଟ (ଆଇଓଏଚପି) ଗୋଟିଏ ଦିନରେ ୧୦ଟି ରେକ୍ ଅନଲୋଡିଂ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ଫେବୃଆରୀ ୧୫ତାରିଖରେ ଆଇଓଏଚପି ଆଇରନ୍ ଓର୍ ପାଇନ୍ସ, ଆଇରନ୍ ଓର୍ ପିଲେଟ୍ ଏବଂ ଥର୍ମାଲ କୋଲର ୧୦ଟି ରେକ୍ ଖଲାସ କରି ପୂର୍ବ ରେକର୍ଡ ୯ଟି ରେକ୍ ଖଲାସ ରେକର୍ଡ ଭଙ୍ଗ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ବିନୀତ୍ କୁମାର ସମସ୍ତ ଆଇଓଏଚ୍ପି କର୍ମଚାରୀଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ମିଳିତ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର