Tuesday , March 28 2023
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପ ଆର୍ସେଲର ମିତଲ କମ୍ପନୀରେ ଶ୍ରମିକଙ୍କ ସନ୍ଦେହ ଜନକ ମୃତୁ୍ୟ

ପାରାଦୀପ ଆର୍ସେଲର ମିତଲ କମ୍ପନୀରେ ଶ୍ରମିକଙ୍କ ସନ୍ଦେହ ଜନକ ମୃତୁ୍ୟ

ପାରାଦୀପ ୧୭/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ଉପକଣ୍ଠରେ ଥିବା ଆର୍ସେଲର ମିତଲ ଷ୍ଟିଲ୍ ପ୍ଲାନ୍ଟ (ପୂର୍ବର ଏସାର ଷ୍ଟିଲ) ପରିସରରେ ସେଫ୍ଟି ବେଲ୍ଟରେ ଝୁଲୁଥିବା ଅବସ୍ଥାରେ ଜନୈକ ଶ୍ରମିକଙ୍କ ମୃତ ଦେହ ପାରାଦୀପ ପୋଲିସ ଜବତ କରିଛି । ମୃତକ ଜଣକ କେନ୍ଦ୍ରାପଡା ଜିଲ୍ଲା ରଢାଡିଆ ଖଣ୍ଡାସାହି ଅଂଚଳର ବିକାଶ କୁମାର ଜେନା । ବିକାଶ ମିତଲ ପ୍ଲାନ୍ଟରେ କାର୍ଯ୍ୟରତ ସାମନ୍ତରାୟ କନଷ୍ଟ୍ରକସନ ରେ ରିଗର କାର୍ଯ୍ୟ କରୁଥିଲେ । ଦୁଇଦିନ ହେବ ବିକାଶଙ୍କ ଶବ ପିଲେଟ୍ ପ୍ଲାନ୍ଟ ମଧ୍ୟରେ ଝୁଲୁଥିବା ଅନ୍ୟ ଶ୍ରମିକମାନେ ଅଭିଯୋଗ କରିଛନ୍ତି । କମ୍ପାନୀ ଭିତରେ ସିସିଟିଭି ସବୁଠାରେ ଲାଗିଥିବା ବେଳେ ବିକାଶଙ୍କ ମୃତ ଦେହ ଦୁଇଦିନ ଝୁଲି ରହିବା କମ୍ପାନୀର କେହି କିପରି ଜାଣି ପାରିଲେ ନାହିଁ ସେ ନେଇ ଶ୍ରମିକମାନେ ପ୍ରଶ୍ନ କରିଛନ୍ତି । ଅନ୍ୟ ପକ୍ଷରେ ଶିଳ୍ପ ସହର ପାରାଦୀପରେ ବିଭିନ୍ନ ଶିଳ୍ପ ଶ୍ରମିକ ମାନଙ୍କ ନିରାପତା ଓ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ମିତଲ କମ୍ପାନୀରେ ଶ୍ରମିକ ମାନଙ୍କର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ଘଟଣାରେ ମୃତକଙ୍କ ପରିବାରକୁ ସମ୍ପୃକ୍ତ ଠିକା ସଂସ୍ଥା ୧ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସାହାର୍ଯ୍ୟ କରିଥିବା ଜଣାପଡିଛି । କିନ୍ତୁ ଶ୍ରମିକମାନେ ମୃତକ ପରିବାରକୁ ମିତଲ କମ୍ପାନୀ ଆର୍ଥିକ ସହାୟତା ଓ ଭରଣପୋଷଣ ନିମନ୍ତେ ସହଯୋଗ କରିବାକୁ ଦାବି ଜଣାଇଛନ୍ତି । ତେବେ ଏଘଟଣାର ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସ କମ୍ପାନୀ ପରିସରରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏକ ୟୁଡି କେସ ନଂ ୨/୨୧ ଦାୟର କରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ରଜନୀ କାନ୍ତ ସାମଲ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.