Sunday , April 2 2023
Breaking News
Home / ବିଶେଷ / ଜାତୀୟ ସଡ଼କ ସୁରକ୍ଷା : କବୟିତ୍ରୀ କାକୁଲିଙ୍କୁ ମିଳିଲା ଜିନ୍ଦଲ ପୁରସ୍କାର 

ଜାତୀୟ ସଡ଼କ ସୁରକ୍ଷା : କବୟିତ୍ରୀ କାକୁଲିଙ୍କୁ ମିଳିଲା ଜିନ୍ଦଲ ପୁରସ୍କାର 

ଗରଦପୁର, ୧୭/୦୨/୨୦୨୧ (ଓଡ଼ିଶା ସମାଚାର)- ଦୀର୍ଘ ୧ ମାସ ଧରି ଜାତୀୟ ସଡ଼କ ସୁରକ୍ଷା ଦିବସ ପାଳନ କରାଯାଇଥିଲା । ଏହାର ଉଦଯାପନୀ ଉତ୍ସବ ଭୁବନେଶ୍ୱରସ୍ଥିତ ରବିନ୍ଦ୍ର ମଣ୍ଡପରେ ଆଜି ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଗରଦପୁର ସମ୍ବାଦ ସାହିତ୍ୟ ଘରର କବୟିତ୍ରୀ କାକୁଲି ମଲିକ ଙ୍କୁ ଆଜି ଜିନ୍ଦଲ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ରାଜ୍ୟ ଯୋଜନା ସମନ୍ୱୟ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ପୋଲିସ ଡ଼ିଜି ଅଭୟ, ପରିବହନ କମିଶନର ସଂଜୀବ ପଣ୍ଡା, ପରିବହନ ସଚିବ ମଧୁସୂଦନ ପାଢ଼ୀ , ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ରାଜ୍ୟ ସ୍ତରୀୟ ଅନଲାଇନ ଜିନ୍ଦଲ ପ୍ରତିଯୋଗୀତାରେ ୧ମ ସ୍ଥାନ ଅଧିକାର କରିଥିବା କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ବ୍ଲକ୍ ବୀରସ୍ୱତୀ ଉନ୍ନୀତ ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ଗରଦପୁର ସମ୍ବାଦ ସାହିତ୍ୟ ଘରର ସଦସ୍ୟା କବୟିତ୍ରୀ କାକୁଲି ମଲିକ ଙ୍କୁ ମାନପତ୍ର ସହ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଏହା ଆମ କେନ୍ଦ୍ରାପଡ଼ା ଜିଲା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାରୁ ସାହିତ୍ୟ ଘରର ସଦସ୍ୟମାନେଙ୍କ ସହିତ ଶିକ୍ଷକ ଶିକ୍ଷୟିତୟୀମାନେ କାକୁଲି ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.