ତାରପୁର ୧୭/୦୨/୨୦୨୧ (ଓଡ଼ିଶା ସମାଚାର)- ଚିକିତ୍ସାରେ ବାଧକ ସାଜିଛି ଅର୍ଥ । ଏପରି ଅବସ୍ଥା ଦେଖିବାକୁ ମିଳିଛି ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ ୧୭ ନମ୍ବର ୱାର୍ଡ଼ କୈବର୍ତ ସାହିରେ । ଏହି ସାହିର ଗୋବିନ୍ଦ ଖଟୁଆଙ୍କ ସ୍ତ୍ରୀ ରବି ଖଟୁଆ ଗତ ଡ଼ିସେମ୍ବର ୮ ତାରିଖରେ ହଠତ ଷ୍ଟ୍ରୋକ୍ ହେବାରୁ ପାରାଲିସିସ ଅବସ୍ଥାକୁ ଚାଲିଯାଇଥିଲେ । ପରିବାର ଲୋକ ତାଙ୍କୁ କଟକର ଏକ ବେସରକାରୀ ହସପିଟାଲ ରେ ଚିକିତ୍ସା କରାଇଥିଲେ ବି ଅର୍ଥ ବାଧକ ସାଜିବାରୁ ତାଙ୍କୁ ଘରକୁ ନେଇଆସିଥିଲେ । ତାଙ୍କର ପରିବାରରେ ଗୋଟିଏ ପୁଅ ଦିନ ମଜୁରୀଆ ଏବଂ ଘରେ କୌଣସି ରୋଜଗାର ନଥିବାରୁ ସେ ଚିକିତ୍ସିତ ହୋଇନପାରି ୨ ମାସ ହେଲା ଶଯ୍ୟାଶାୟୀ ଅଛନ୍ତି । ତାଙ୍କୁ କେହି ସହୃଦୟ ବ୍ୟକ୍ତି ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିବା ସହିତ ଫୋନ ନମ୍ବର ୯୫୫୬୯୪୭୧୭୨ ରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର