Thursday , March 23 2023
Home / ତାଜା ଖବର / ଘର ଉପରକୁ ଚଢ଼ିଗଲା ଚଳନ୍ତା କାର :ଜଣେ ମୃତ

ଘର ଉପରକୁ ଚଢ଼ିଗଲା ଚଳନ୍ତା କାର :ଜଣେ ମୃତ

ବାଲିଗୁଡା, ୧୭/୦୨/୨୦୨୧ (ଓଡ଼ିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁରେ ଘଟିଛି, ଏକ ଅଭାବନୀୟ ଘଟଣା । କାର ଧକ୍କାରେ ଜଣେ ମୃତ । ମୃତକ ଜଣକ ହେଲେ ଲଣ୍ଡାଗାଁର ମାର୍କଣ୍ଡ ଦଣ୍ଡିଆ (୫୦) । ଲଣ୍ଡାଗାଁର ଜଣଙ୍କ ଘରେ ବିବାହ ଭୋଜି ଖାଇ ରାସ୍ତା ପାର୍ଶ୍ଵରେ ମାର୍କଣ୍ଡ ଛିଡା ହୋଇଥିବା ସମୟରେ ଘଟିଲା ଏପରି ଅଘଟଣ ଘଟିଛି । ଖୁଵ ଜୋରରେ କାର(ନଂ ଓଆର -୦୧ ଟି-୨୪୪୯) ଟି ଆସି ଘର ଭିତରେ ପଶିଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମାର୍କଣ୍ଡକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ତୁରନ୍ତ ନିକଟସ୍ଥ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଚଳାଇଛି । ଉକ୍ତ କାରଟି ବାଲେଶ୍ୱର ଅଞ୍ଚଳର ହୋଇଥିବା ବେଳେ ସେଥିରେ ୪ ରୁ ୫ ଜଣ ବସି ଥିବା ଅନୁମାନ କରାଯାଉଥିବା ବିଷୟ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଦୁର୍ଘଟଣା ପରେ ସେମାନେ ସମସ୍ତେ ଗାଡି ଛାଡି ଫେରାର ହୋଇ ଯାଇଛନ୍ତି । ଏ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଯୋଗ୍ୟଯେ, ଏହିରାସ୍ତା ଦେଇ ପଡୋଶୀ କଳାହାଣ୍ଡି , ବଲାଙ୍ଗୀର, ଓ ବୌଦ୍ଧ ଜିଲ୍ଲା କୁ ଅବାଧରେ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଗଞ୍ଜେଇ ଚାଲାଣ ଯୋଗୁଁ ରାସ୍ତାରେ ଅନେକ ନାମୀ ଦାମୀ ଗାଡି ଯାତାୟାତ କରୁଥିବା ଦେଖିବାକୁ ମିଳୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.