Saturday , April 1 2023
Breaking News
Home / ବିଶେଷ / ଗାନ୍ଧିବାଦୀ ନେତା ବିକ୍ରମ ବର୍ମାଙ୍କୁ ଭେଟିଲେ ମନ୍ତ୍ରୀ ପ୍ରତାପ ଜେନା

ଗାନ୍ଧିବାଦୀ ନେତା ବିକ୍ରମ ବର୍ମାଙ୍କୁ ଭେଟିଲେ ମନ୍ତ୍ରୀ ପ୍ରତାପ ଜେନା

ମାହାଙ୍ଗା ,୧୭/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଗାନ୍ଧିବାଦୀ ନେତା ଭାବେ ପରିଚିତ, ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶିକ୍ଷକ ନେତା ପ୍ରଫେସର ବିକ୍ରମ କେଶରୀ ବର୍ମା ଅସୁସ୍ଥ ଥିବା ଖବର ପାଇବା ମାତ୍ରେ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଶ୍ରୀ ଵର୍ମାଙ୍କ ବାସଭବନରେ ପହଂଚି ତା’ଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ  ।

ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ପୂର୍ବତନ ବିଧାୟକ ବିକ୍ରମ ଵର୍ମାଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତରଙ୍କ ସହ ମନ୍ତ୍ରୀ ଶ୍ରୀ ଜେନା ଆଲୋଚନା  କରିଥିଲେ  । ଜଣେ ନୀତିନିଷ୍ଠ ତଥା ଗାନ୍ଧିବାଦୀ ନେତାଭାବେ ବିକ୍ରମ ବର୍ମା ରାଜ୍ୟରେ ବେଶ ପରିଚିତ  ।

ଦେଶର ତୁଙ୍ଗନେତା ତଥା ପ୍ରବାଦପୁରୁଷ ବିଜୁବାବୁ ଏବଂ ରାଜ୍ୟର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଉଭୟ ନେତା ପ୍ରତାପ ଓ ବିକ୍ରମଙ୍କ ଭିତରେ ବନ୍ଧୁତ୍ବପୂର୍ଣ୍ଣ ଆଲୋଚନା ଏବଂ ମାହାଙ୍ଗାର ବିକାଶ ମୂଳକ କାର୍ୟ୍ୟକ୍ରମ ବାବଦରେ ବିଷଦ ଚର୍ଚ୍ଚା ହେବାନେଇ ସୂଚନା ମିଳିଛି   ।

 ଶ୍ରୀ ଵର୍ମାଙ୍କ ଆଶୁ ଆରୋଗ୍ୟ କାମନା କରି ମନ୍ତ୍ରୀ ପ୍ରତାପ ଜେନା ବିକ୍ରମ ଵର୍ମାଙ୍କ ବାସଭବନରୁ ଫେରିଆସିଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published.