Sunday , April 2 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗରେ ପରିବେଶ ସଚେତନତା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ 

କେନ୍ଦ୍ରାପଡା କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗରେ ପରିବେଶ ସଚେତନତା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ 

କେନ୍ଦ୍ରାପଡା, ୧୭/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ୟୁଜିସି ସଂପ୍ରସାରଣ କାର୍ଯ୍ୟକ୍ରମ ଜରିଆରେ ଏକ ପରିବେଶ ସଚେତନତା ସମ୍ପର୍କିତ  ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ତତ୍ୱାବଧାନରେ ଏବଂ ବିଭାଗୀୟ ମୁଖ୍ୟ ପ୍ରଫେସର ନମିତା ପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଆଲୋଚନାଚକ୍ରରେ କଲେଜ ଉପାଧ୍ୟକ୍ଷ ଫ୍ରଫେସର ଗୋପାଳ ଚନ୍ଦ୍ର ବେହେରା ପୈାରହିତ୍ୟ  କରିଥିଲେ । ଏଥିରେ ଉତର ଓଡିଶା ବିଶ୍ୱ ବିଦ୍ୟାଳୟର ପରିବେଶବୀତ ପ୍ରଫେସର ଡଃ. ରବୀନ୍ଦ୍ର କୁମାର ମିଶ୍ର ପ୍ରବକ୍ତା ଭାବେ ଯୋଗଦେଇ ପରିବେଶ – ଅତିତ, ବର୍ତମାନ ଓ ଭବିଷ୍ୟତ ଉପରେ ବକ୍ତବ୍ୟ ଉପସ୍ଥାପନ କରି ଛାତ୍ରଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକାମାନଙ୍କ ମହଲରେ ପରିବେଶ ସୁରକ୍ଷାରେ ଦାୟୀତ୍ୱବୋଧ ସୃଷ୍ଟି କରାଇ ଥିଲେ । ୟୁଜିସି ଦାୟୀତ୍ୱରେ ଥିବା ପ୍ରଫେସର ପ୍ରଭାକର ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରକୁ ବିଭାଗର ଅଧ୍ୟାପକ ଡଃ. ଗୈାତମ ଚରଣ ଦାସ, ହିମାଂଶୁ ଶେଖର ମହାପାତ୍ର, କାନନବିହାରୀ ସାହୁ, ଅଧ୍ୟାପିକା ମୋନାଲିସା ସିଂ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ବିଭାଗର ବରିଷ୍ଠ ପ୍ରାଧ୍ୟାପକ  ମାୟା ପ୍ରସନ୍ନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.