ତାରପୁର,୧୭/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିର ଖେଳ ପଡିଆରେ ଆର୍.ସି.ସି କି୍ରକେଟ୍ କ୍ଲବ ଦ୍ୱାରା ଅୟୋଜିତ ଅମ୍ବୁଜ ମଣ୍ଡଲ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦ୍ଯାପିତ ହୋଇଯାଇଛି । ଫାଇନାଲ ଖେଳ ଆର.ସି.ସି ରଘୁନାଥପୁର ଓ ଫ୍ରେଣ୍ଡସ୍ କ୍ଲବ ପ୍ରହାରଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆର.ସି.ସି କ୍ଲବ ସମସ୍ତ ଉଇକେଟ୍ ହରାଇ ୭୮ ରନ୍ କରିଥିବା ବେଳେ ଫ୍ରେଣ୍ଡସ୍ କ୍ଲବ ୮ ଉଇକେଟ୍ରେ ୭୯ ରନ କରି ଚମ୍ପିୟାନ ହୋଇଥିଲେ । ହାନିସ୍ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିବା ବେଳେ ଜ୍ୟୋତି ରନ ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି । ଚନ୍ଦନ କୁମାର ସାହୁ ବେଷ୍ଟ ବ୍ୟାଟ୍ମ୍ୟାନ ହୋଇଥିବା ବେଳେ ଅଶୋକ ମହାରଣା ବେଷ୍ଟ ବୋଲର୍ ଓ ରାଜେସ କର ବେଷ୍ଟ ଫିଲ୍ଡର ହୋଇଛନ୍ତି । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ରଘୁନାଥପୁର ସରପଂଚ ପ୍ରମୋଦ କୁମାର ଜେନା ସମ୍ମାନୀତ ଅତିଥିଭାବେ ସମାଜସେବୀ ଅନିତା ମଣ୍ଡଲ, ସମାଜ ବିକାଶ ମିଶନର ସଂପାଦକ ସରିତ ମହାପାତ୍ର ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଂଟକୁ ସନ୍ତୋଷ କୁମାର ପଣ୍ଡା, ବିଜୟ କୁମାର ବେହେରା, ଜଗନ୍ନାଥ ରାଉତ, ବିଦ୍ୟାଧର ମହାନ୍ତି, ବୁଦ୍ଧଦେବ, ଏସ୍.କେ ମଏସୁର ଅଲ୍ଲି ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର