ବାଲିଗୁଡା, ୧୭/୦୨/୨୦୨୧ (ଓଡ଼ିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନ ଏ ସି ରେ ଥିବା ସ୍ମଶାନ ଅବ୍ୟବସ୍ଥା ମଧ୍ୟରେ ରହିଛି । ବାଲିଗୁଡାର ସର୍ବ ପୁରାତନ ସାହି ନୁଆସାହି ର ୱାର୍ଡ ନମ୍ବର ୫ ଓ ୬ ରେ ବସବାସ କରୁଥିବା ଲୋକେ ଦୀର୍ଘ ପଚାଶବର୍ଷରୁ ଉର୍ଦ୍ଧହେବ ଜରାଶ୍ରମ ନିକଟରେ ଥିବା ସ୍ମଶାନ ଉପରେ ନିର୍ଭରଶିଳ, କିନ୍ତୁ ଆଦ୍ୟାବଧି ସ୍ମଶାନର ଉନ୍ନତି କରଣ କରାଯାଇନାହିଁ କିମ୍ବା ମଶାଣି ଜମି ଚିହ୍ନଟ କରାଯାଇନାହିଁ । ଖରା ବର୍ଷା ଶୀତ ଦିନେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଠାରେ ଆଲୁଅ ଶବଗୃହ କିମ୍ବା ପାଣି ବ୍ୟବସ୍ଥା ଆଦୌନାହିଁ । ଜମି ଚିହ୍ନଟ ହୋଇନଥିବାରୁ ଏହାର ସୁଯୋଗରେ କିଛି ଲୋକ ଜମିକୁ ବେଆଇନ ଦଖଲ କରିଥିବା ଦେଖିବାକୁ ମିଳିଛି । କ୍ରମଶଃ ସ୍ମଶାନ ଜମି ହ୍ରାସ ପାଉଛି କିନ୍ତୁ ଏନ ଏ ସି କର୍ତୃପକ୍ଷ କିମ୍ବା ରାଜସ୍ୱ ବିଭାଗ କୌଣସି ପଦକ୍ଷେପ ନେଇନାହିଁ । ଏନେଇ ଗ୍ରାମବାସୀ ପୂର୍ବରୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଏବଂ ଉପଜ଼ିଲ୍ଲାପାଳଙ୍କୁ ଅବଗତ କରିଥିଲେ କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ । ବାଲିଗୁଡା ଏନ ଏ ସି ଗଠନପରେ ସ୍ଥାନୀୟ ବାସିନ୍ଦା ସ୍ମଶାନ ଜମି ଚିହ୍ନଟ ଏବଂ ଉନ୍ନତି କରଣହେବ ବୋଲି ଆଶା ବାନ୍ଧିଥିଲେ କିନ୍ତୁ ପାଞ୍ଚବର୍ଷ ସରିଗଲା କିନ୍ତୁ ମଣିଷ ଜୀବନର ଶେଷ ସମ୍ମାନ ପାଉଥିବା ସ୍ମଶାନ ପ୍ରତି ଦୃଷ୍ଟିଦେଲନି ଯାହାକି ନୁଆସାହି ବାସୀଙ୍କୁ ବ୍ୟଥିତ କରିଛି । ତୁରନ୍ତ ଜ଼ିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକତା ରହିଛି । ଅତିଶୀଘ୍ର ସ୍ମଶାନ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ସହ ପାଚେରୀ ଆଲୋକ ଓ ପାଣି ଓ ଶବ ବିଶ୍ରାମ ଗୃହ ନିର୍ମାଣ ପାଇଁ ୱାର୍ଡବାସୀ ଦାବି କରିଛନ୍ତି । ଓଡ଼ିଶା ସମାଚାର