Tuesday , March 21 2023
Breaking News
Home / ବିଶେଷ / ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଭୁବନ ୧୭/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଶ୍ୟାମଳ ଗଡାଣି ନିକଟରେ ଗତକାଲି ବିଳମ୍ବିତ ରାତ୍ରରେ ଏକ  ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତ କୀର୍ତନପୁର ଗ୍ରାମର ରାଧା ମୋହନ ଧୀର ଙ୍କ ପୁଅ ଶ୍ରୀକାନ୍ତ ଧୀର (୩୮ ) ତାଳଚେରରୁ ଓଆର ୦୬ ଜେ-୩୦୮୯ ନିଜ ହିରୋହୁଣ୍ଡା ମୋଟର ସାଇକେଲରେ ଘରକୁ ଫେରୁଥିବା ବେଳେ ଶ୍ୟାମଳ ଗଡାଣିରେ ଦୁର୍ଘଟଣା ଘଟିଥିଲା ଓ ସେ ରାସ୍ତା ତଳକୁ ଛିଟିକି ପଡିଥିଲେ । ତାଙ୍କ ଉପରେ ମୋଟର ସାଇକେଲ ଚାପିହୋଇ ରହିଥିବା  ଦେଖିବାକୁ ମିଳିଥିଲା । ଆଜି ସକାଳେ  ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ଭୁବନ ଥାନା ଏଏସଆଇ ରମେଶ ଚନ୍ଦ୍ର ସ୍ୱାଇଁ  ତାଙ୍କ ପରିବାର ବର୍ଗଙ୍କୁ ମୃତଦେହ  ହସ୍ତାନ୍ତର କରିଥିଲେ । ଏ ସଂପର୍କରେ ଭୁବନ ଥାନାରେ କେଶ ନଂ- ୬୨/୨୦୧ ରେ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.