Wednesday , March 29 2023
Home / ତାଜା ଖବର / ୪୦୭ ମିନିଟ୍ରକ୍ ଓଲଟି ୩ ମୃତ – ୨ ଲକ୍ଷ ଟଙ୍କା ର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୪୦୭ ମିନିଟ୍ରକ୍ ଓଲଟି ୩ ମୃତ – ୨ ଲକ୍ଷ ଟଙ୍କା ର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୋହନା, ୧୬/୦୨/୨୦୨୧ (ଓଡ଼ିଶା ସମାଚାର)- ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କଙ୍କଡାଗୁଡା ନିକଟରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ୪୦୭ ଟ୍ରକ୍ଟି ରାସ୍ତା ପାର୍ଶ୍ବକୁ ଓଲଟିପଡିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ପରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତମାନ ମୃତକଙ୍କ ସଂଖ୍ୟା ୩ କୁ ବୃଦ୍ଧି ପାଇଥିବାବେଳେ ୩୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ଜଣେ ୩ / ୪ ବର୍ଷର ଶିଶୁ ଅଛି । ଦୂର୍ଘଟଣାସ୍ଥଳରେ ମଅଥ୍ରୁ ବରଣ କରିଥିବା ୨ ଜଣ ଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ସୂଚନା ମିଳିଛି । ସେମାନେ ହେଉଛନ୍ତି ଯାମଡିହ ଗ୍ରାମର ଯନ୍ତ ଦଳବେହେରା ଓ ଗାୟତ୍ରୀ ରଇତ।ପରେ ହସପିଟାଲ ରେ ମୃତ୍ୟୁ କରଣ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କଙ୍କଡାଗୁଡା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏଥିସହ ଚିକିତ୍ସାଧୀନ ଅବସ୍ଥାରେ ଥିବା ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ନୂଆଁଗଡ଼ ବ୍ଲକର ତୁମନ ଗ୍ରାମରେ ଏକ ବାହାଘର ଭୋଜି ନେଇ ଜାମଡିହ ଗ୍ରାମରୁ ତୁମନ ଗ୍ରାମକୁ ୪୦୭ ଗାଡିଟି ଯାଉଥିବା ବେଳେ ଉକ୍ତ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା। ଉକ୍ତ ଡାଲା ଗାଡିଟି ଓଲଟି ପଡ଼ିବାରୁ ଗାଡି ପଛପଟେ ବସିଥିବା ଯାତ୍ରୀମାନେ ଗାଡିତଳେ ଚାପିହୋଇ ରହିଥିଲେ । ଖବର ପାଇ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ଓ ପୁଲିସ ପ୍ରଶାସନର ଉଦ୍ୟମରେ ଗାଡିରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିବା ସହ ସେମାନଙ୍କୁ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.