Tuesday , March 21 2023
Breaking News
Home / ବିଶେଷ / ୩୭ ତମ ସାପ୍ତାହିକ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ

୩୭ ତମ ସାପ୍ତାହିକ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ

  ଭୁବନ ୧୬/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୮ ନମ୍ବର ୱାର୍ଡ ନାୟକ ସାହି ,ହନୁମାନ ଛକସ୍ଥିତ ଦୁର୍ଗାଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଗତ ୧୩ ତାରିଖ ଠାରୁ  ୩୭ ତମ ସାପ୍ତାହିକ ଭାଗବତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ୧୨ ତାରିଖ ଅପରାହ୍ନରେ ଶତାଧିକ ମହିଳା ପୁରୁଷ କଳସ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଶୁଭାଧିବାସ କରିଥିଲେ  । ବ୍ୟାସଚାର୍ଯ୍ୟ ପଣ୍ଡିତ ଦେବନ କୁମାର ମିଶ୍ର ପୂଜା,ଭାଗବତ ପଠନ, ଯଜ୍ଞ, ଆଳତୀ, ସଂକୀର୍ତନ  କରୁଥିବା ବେଳେ ପଣ୍ଡିତ ମହେଶ ସାହୁ ସଂଧ୍ୟା ୭ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଭାଗବତ ପ୍ରବଚନ ଦେଉଛନ୍ତି । ସଭାପତି ଖଗେଶ୍ୱର ନାୟକ,ସମ୍ପାଦକ ଧନେଶ୍ୱର ସାହୁ ଉପ ସଭାପତି ଲକ୍ଷ୍ମଣ ଦାସ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ସାହିବାସିନ୍ଦା ସହଯୋଗ କରୁଛନ୍ତି । ଆସନ୍ତା ୧୯ ତାରିଖରେ ଏହି ଭାଗବତ ପାରାୟଣର ପୂର୍ଣ୍ଣାହୂତୀ ,ନଗରକୀର୍ତନ ଓ ସାମୁହିକ ପ୍ରସାଦସେବନ କାର୍ଯ୍ୟକ୍ରମ ରହିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.