Saturday , April 1 2023
Breaking News
Home / ବିଶେଷ / ହାଇକୋର୍ଟ ରୁ ପ୍ରବଚନ ପାଇଁ ସର୍ତ ମୂଳକ ଅନୁମତି ପାଇଲେ ବାବା ସାରଥି

ହାଇକୋର୍ଟ ରୁ ପ୍ରବଚନ ପାଇଁ ସର୍ତ ମୂଳକ ଅନୁମତି ପାଇଲେ ବାବା ସାରଥି

କଟକ ୧୬/୦୨/୨୦୨୧ (ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ବିବାଦିୟ, ଆତ୍ମଘୋଷିତ ଭଗବାନ ସନ୍ତୋଷ ରାଉଳ ଆଲିଆସ୍ ବାବା ସାରଥି ପ୍ରବଚନ ଦେଇ ପାରିବେ ବୋଲି ମାନ୍ୟବର ହାଇକୋର୍ଟ ସର୍ତ ମୂଳକ ଅନୁମତି ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏବେ ନୁହେଁ , ଜୁଲାଇ ପହିଲା ରୁ ପ୍ରବଚନ ଦେବାକୁ ଅନୁମତି ମିଳିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଥି ସହିତ କୋଭିଡ଼୍ ୧୯ ନିୟମ କୁ ଅନୁପାଳନ କରି ସର୍ବାଧିକ ୨୦୦ ଲୋକଙ୍କୁ ନେଇ ପ୍ରବଚନ ଦେଇ ପାରିବେ ଓ କେନ୍ଦ୍ରାପଡ଼ାର ବାରିମୂଳ ଆଶ୍ରମରେ ପୂର୍ବ ଭଳି ୧୪୪ ଧାରା ଜାରି ରହିବ । ସେ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଛଡ଼ା ଅନ୍ୟ ସ୍ଥାନରେ ପ୍ରବଚନ ଦେବେ ବୋଲି ମାନ୍ୟବର ହାଇକୋର୍ଟ ଅନୁମତି ଦେଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପ୍ରବଚନ ଦେବା ପାଇଁ ସାରଥି କୋର୍ଟରେ ଅପିଲ କରିଥିଲେ।
ପ୍ରାୟ ଚାରି ବର୍ଷ ଜେଲ୍ରେ ରହିବା ପରେ ଗତ ବର୍ଷ ଜୁଲାଇ ୨୫ ତାରିଖରେ ଚୌଦ୍ଵାର ଜେଲ୍ରୁ ମୁକୁଳିଥିବା ସାରଥି ପୁଣି ପ୍ରବଚନ ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର ତାଙ୍କୁ ଅନୁମତି ଦେଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ, ୨୦୧୫ ମସିହା ଅଗଷ୍ଟ ୮ ତାରିଖରେ ସାରଥିଙ୍କୁ ୩ଟି ମାମଲାରେ ଗିରଫ କରାଯାଇଥିଲା । ଦୁଇଟି ମାମଲାରେ ପୂର୍ବରୁ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତୃତୀୟ ମାମଲାରେ ଗତ ସୋମବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.