Saturday , May 21 2022
Home / ବିଶେଷ / ଭୁବନେଶ୍ୱର କ୍ଲବରେ ଜାତି, ଯୌତୁକ ଓ ଜାତକବିହୀନ ବିବାହ ସମ୍ପନ୍ନ

ଭୁବନେଶ୍ୱର କ୍ଲବରେ ଜାତି, ଯୌତୁକ ଓ ଜାତକବିହୀନ ବିବାହ ସମ୍ପନ୍ନ

ଭୁବନେଶ୍ୱର, ୧୬/୦୨/୨୦୨୧ (ଓଡ଼ିଶା ସମାଚାର)- ଗୋଟିଏ ପକ୍ଷରେ ଭାଲେଂଟାଇନ ଡ଼େ ଓ ଅନ୍ୟ ପକ୍ଷରେ ମାତୃପିତୃ ପୂଜନ ଦିବସ । ଏହି ଅବସରରେ ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ସମାଜରେ ଜାତି, ଯୌତୁକ ଓ ଜାତକବିହୀନ ବିବାହକୁ ପ୍ରାଧାନ୍ୟ ଦେବା ପାଇଁ ଆଇ.ଆଇ.ଏମ୍ କୋଜିକୋଡ଼ରୁ ଏମ୍.ବି.ଏ ସ୍ନତକୋତର କରିଥିବା ବେଦପ୍ରକାଶ ଜ୍ଞାନେଶ୍ୱର ଓ ଉମଙ୍ଗ ଜୋହରିଙ୍କର ମହର୍ଷି ଦୟାନନ୍ଦଙ୍କ ଆର୍ଯ୍ୟସମାଜ ବୈଦିକ ପଦ୍ଧତିରେ ବିବାହ ସଂସ୍କାର କାର୍ଯ୍ୟକୁ ବିଶିଷ୍ଟ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଓ ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ଭୁବନେଶ୍ୱର କ୍ଲବଠାରେ ସମ୍ପାଦିତ ହୋଇଥିଲା । ଏହି କାର୍ଯର୍୍ୟକ୍ରମରେ ବିଶିଷ୍ଟ ସନ୍ଥ ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ବାବା ଅଭିରାମ ସରସ୍ୱତୀ, ବାବା ବାଳକାନନ୍ଦ ଦାସ, ରାଜନେତା ନିରଞ୍ଜନ ପଟ୍ଟନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକ, ଡ. ଅଚୁ୍ୟତ ସାମନ୍ତ, ସ୍ୱାମୀ ସତ୍ୟକମାନନ୍ଦ ସରସ୍ୱତୀ, ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ଅନନ୍ତ ପ୍ରସାଦ ସେଠୀ, ଶରତ ପଟ୍ଟନାୟକ, ବୁଦ୍ଧିଜୀବୀ ଅବସର ବେଉରିଆ, ପ୍ରଦୁ୍ୟମ୍ନ ଶତପଥୀ, ପୃଥିବଲ୍ଲଭ ପଟ୍ଟନାୟକ, ଡଃ ବଦ୍ରୀନାଥ ପଟ୍ଟନାୟକ, ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ଜୟଦେବ ଜେନା, ମନୋଜ ରଥ, ସାମୁହିକ ବିବାହର ଆୟୋଜକ ବନ ମହାନ୍ତି, ଡଃ ବିମଳେନ୍ଦୁ ମହାନ୍ତି ପ୍ରମୁଖ ବରକନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା 

ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …

Leave a Reply

Your email address will not be published. Required fields are marked *